www.samajalive.in
Sunday, December 7, 2025
26.1 C
Bhubaneswar

ଧାମରା: ଏଥର ବୋଇତ ବନ୍ଦାଣ ଉତ୍ସବକୁ ମହା ସମାରୋହରେ ପାଳନ କରିବେ ୩ଟି ରାଜନୈତିକ ଦଳ

ଧାମରା: ଧାମରାରେ ୩ଟି ରାଜନୈତିକ ଦଳ ଏଥର ବୋଇତ ବନ୍ଦାଣ ଉତ୍ସବକୁ ମହା ସମାରୋହରେ ପାଳନ କରିବେ। ଏନେଇ ସମସ୍ତ ଦଳର ପ୍ରସ୍ତୁତି ବୈଠକ ଧାମରା ଠାରେ ଅନୁଷ୍ଠିତ ହୋଇ ଯାଇଛି। ୩ଟି ସ୍ଥାନରେ ହୋଇଥିବା ବୈଠକରେ ସଭାର ଲକ୍ଷ୍ୟ ଏବଂ ବୋଇତ ବନ୍ଦାଣ ଉତ୍ସବ କାର୍ଯ୍ୟକ୍ରମ ଅଗ୍ରଗତି ସଂକ୍ରାନ୍ତରେ ଆଲୋଚନା ହୋଇଥିଲା।

ବିଜେପି ଦଳ ତରଫରୁ ପାଳିତ ହୋଇ ଆସୁଥିବା ମା ଧାମରାଇ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କେପି ସିଂହଦେଓ, ପ୍ରଭାତି ପରିଡା, ମତ୍ସ୍ୟତଥା ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ, ପରିବହନ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କନକ ବର୍ଦ୍ଧନ ସିଂହଦେଓ, ଭଦ୍ରକ ଲୋକସଭା ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସିତାଂଶୁ ମହାପାତ୍ର, ବିଧାୟକ ଅନୁଭବ ମହାନ୍ତି, ଅନୁଚୌଧୁରୀ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ପ୍ରମୁଖ ଯୋଗଦେବା ନେଇ ସ୍ତିରୀକୃତ ହୋଇଛି।ବିଜେଡି ଦଳ ତରଫରୁ ଦୀର୍ଘ ୨୪ବର୍ଷ ହେବ ପାଳିତ ହୋଇ ଆସୁଥିବା ଧାମରା –ଚାନ୍ଦବାଲି ବୋଇତ ବନ୍ଦାଣ ରୋପ୍ୟ ଜୟନ୍ତୀ ଉତ୍ସବରେ ରାଜ୍ୟ ସଭା ସଦସ୍ୟ ସୁଲତା ଦେଓଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାଏ, ବିଧାୟକ ସଞୀବ ମଲିକ, ପ୍ରଣବ ପ୍ରକାଶ ଦାସ ମୁଖ୍ୟ ବକ୍ତା ଭାବେ ପ୍ରବଚକ ସଂଗ୍ରାମ ଆଚାର୍ଯ୍ୟ ଯୋଗଦେବେ।

- Advertisement -

ସେହିପରି କଂଗ୍ରେସ ଦଳ ପକ୍ଷରୁ ଦୀର୍ଘ ୧୪ବର୍ଷ ହେବ ପାଳିତ ହୋଇ ଆସୁଥିବା ମା ଧାମରାଇ ଆଞ୍ଚଳିକ ବୋଇତ ବନ୍ଦାଣ କମିଟି ତରଫରୁ ହୋଇଥିବା ସଭାରେ ଚଳିତ ବୋଇତ ବନ୍ଦାଣ ଉତ୍ସବରେ ପୂର୍ବତନ ସାଂସଦ ଶ୍ରୀକାନ୍ତ ଜେନା, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବାସୁଦେବପୁର ବିଧାୟକ ଅଶୋକ ଦାସ, ପୂର୍ବତନ ସାଂସଦ ଅନନ୍ତ ସେଠୀ, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଅମୀୟ ମହାପାତ୍ର ଏବଂ ଦିଗମ୍ବର ଦାସ ପ୍ରମଖ ଉପସ୍ଥିତ ରହିବେ ବୋଲି ସହମତି ପ୍ରଦାନ କରିଛନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories