www.samajalive.in
Monday, December 15, 2025
27.1 C
Bhubaneswar

ଧାମରାରେ କଇଁଛ ସୁରକ୍ଷା ଏବଂ ବ୍ୟକ୍ତିଗତ ସାମାଜିକ ଓ ପାରିପାର୍ଶ୍ବିକ ପରିମଳ ସଚେତନତା କାର୍ଯ୍ୟକ୍ରମ

ଧାମରା: ଧାମରା ବନପାଳଙ୍କ ଅଫିସ ପ୍ରାଙ୍ଗଣରେ ବନପାଳ ଗଦାଧର ବିଶ୍ୱାଳଙ୍କ ପରିଚାଳନାରେ କଇଁଛ ସୁରକ୍ଷା ଏବଂ ବ୍ୟକ୍ତିଗତ ସାମାଜିକ ଓ ପାରିପାର୍ଶ୍ବିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଡିଏଫଓ ପୂର୍ଣିମା ପାଣ୍ଡିଆନ ଯୋଗ ଦେଇ ଅଲିଭରିଡଲେ କଇଁଛ.ମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ କିପରି ଭାବରେ ଯାନ୍ତ୍ରିକ ଭୁଟୁଭୁଟି, ଟ୍ରଲର ପ୍ରଭାବରୁ ଏହି କଇଁଛମାନଙ୍କୁ ସୁରକ୍ଷା ଦେବା ସହ କଇଁଛମାନଙ୍କ ଜୀବନ ଶୈଳୀ ଏବଂ ପରିବେଶ ଉପରେ ତାହାର ପ୍ରଭାବ ଉପରେ ଆଲୋକପାତ କରିଥିଲେ। ହଜାର ହଜାର କିଲୋମିଟର ଦୂରରୁ ଆସି ଅଲିଭ ରିଡଲେ କଇଁଛ କିପରି ଭାବରେ ସମୂହ ଅଣ୍ଡାଦାନ କରିବା ପରେ ସେମାନେ ପୁନଶ୍ଚ ପ୍ରତ୍ୟାବର୍ତନ କରୁଛନ୍ତି ଓ ଓଡିଶା ବନବିଭାଗ ସେମାନଙ୍କ ଅଣ୍ଡାକୁ ସୁରକ୍ଷା ଦିଆଯିବା ସହ କିପରି କଇଁଛ ଶାବକ ମାନଙ୍କୁ ସୁରକ୍ଷା ଦିଆଯାଇ ସେମାନଙ୍କୁ ପୁନଶ୍ଚ ସମୁଦ୍ରକୁ ମଧ୍ୟକୁ ଛଡା ଯାଉଛି ସେ ବିଷୟରେ ଲୋକମାନଙ୍କୁ ଅବଗତ କରାଇଥିଲେ।ଏଥିସହ କୋବିଦ ନିୟମକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ରକ୍ଷା କରିବା ସହ ଉପସ୍ଥିତ ଅଂଚଳବାସୀ ଏବଂ ଟ୍ରଲର ଚାଳକମାନଙ୍କୁ ମାସ୍କ, ସାବୁନ,ଭିଟାମିନ ଟାବଲେଟ ଓ ସାନିଟାଇଜର ଶତାଧିକ ଉପସ୍ଥିତ ମାନଙ୍କୁ ବଂଟନ କରାଯାଇଥିଲା। ଧାମରା ବନପାଳ ଗଦାଧର ବିଶ୍ୱାଳ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଚାନ୍ଦବାଲି ଏସିଏଫ ସାଧନ ବେହେରା, ଚାନ୍ଦବାଲି ରେଞର ସୁବାଶ ନାୟକଙ୍କ ସମେତ ଚାନ୍ଦବାଲି ବନ୍ୟପ୍ରାଣୀ ରେଞର ସମସ୍ତ କର୍ମକର୍ତା ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଶେଷରେ ବନପାଳ ଗଦାଧର ବିଶ୍ୱାଳ ସେମାନଙ୍କୁ ଧନ୍ୟବାଦ କରିବା ସହ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା।

 

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories