www.samajalive.in
Monday, December 8, 2025
24.1 C
Bhubaneswar

ନୂଆ ଟ୍ରାନ୍ସଫରମର ବସାଇବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ: ୱେସ୍କୋର ଜେଇ ଭିଜିଲାନ୍ସ ଦ୍ୱାରା ଗିରଫ

ରାଉରକେଲା: ନୂଆ ଟ୍ରାନ୍ସଫରମର ବସାଇବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ରାଉରକେଲା ଭିଜିଲାନ୍ସ ଟିମ୍‍ ୱେସ୍କୋର ଜଣେ ଜୁନିୟର ଯନ୍ତ୍ରୀ ଯଶୋବନ୍ତ ନାରାୟଣ ଦେଓଙ୍କୁ ଗିରଫ କରିଛନ୍ତି। ତାଙ୍କଠାରୁ ୧୫ ହଜାର ଟଙ୍କା ଜବତ କରାଯାଇଛି। ଗିରଫ ଯନ୍ତ୍ରୀଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି।
ଶ୍ରୀ ଦେଓ ୱେସ୍କୋର ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ସବ୍‍ଡେଗା ସେକ୍ସନରେ ଜୁନିୟର ଇଞ୍ଜିନିୟର ଭାବେ କାମ କରନ୍ତି। ତଳସାରା ଥାନା ମନିସାପଡ଼ା ଟାଙ୍ଗରଣ ଗାଁରେ ଥିବା ୱେସ୍କୋର ଏକ ଟ୍ରାନ୍ସଫରମର ଗତ ଏପ୍ରିଲ ମାସରୁ ଖରାପ ହୋଇ ଯାଇଥିଲା। ନୂଆ ଟ୍ରାନ୍ସଫରମର ବସାଇବା ପାଇଁ କିମ୍ବା ମରାମତି କରିବା ପାଇ ଗାଁ ଲୋକେ ଜେଇ ଶ୍ରୀ ଦେଓଙ୍କ ସହିତ ଯୋଗାଯୋଗ କରିଥିଲେ। ଜେଇ ଆଜି ହବ, କାଲି ହବ କହି ସମୟ ଗଡ଼ାଉ ଥିଲେ। କିଛି ଦିନ ଲୋକେ ଦୌଡ଼ିଲା ପରେ ୧୫ ହଜାର ଟଙ୍କା ଲାଞ୍ଚ ଦେଲେ ନୂଆ ଟ୍ରାନ୍ସଫର ବସିଯିବ ବୋଲି ସେ କହିଥିଲେ। ଗାଁର ସଞ୍ଜିବ ଡୁଙ୍ଗ୍‍ଡୁଙ୍ଗ୍‍ ନାମକ ଜଣେ ବ୍ୟକ୍ତି ଏ ସମ୍ପର୍କରେ ଭିଜିଲାନ୍ସ ଅଫିସରେ ଅଭିଯୋଗ କରିଥିଲେ। ଶ୍ରୀ ଦେଓଙ୍କୁ ଧରିବା ପାଇଁ ଯୋଜନା ହୋଇଥିଲା। ଆଜି ଦିନ ପ୍ରାୟ ୧ଟା ୫୦ ବେଳେ ସଞ୍ଜିବ ରଙ୍ଗବୋଳା ଟଙ୍କା ଧରି ଜେଇଙ୍କ ସହିିତ ଯୋଗାଯୋଗ କରିଥିଲେ। ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ କରମଡିହି ଗ୍ରୀଡ଼କୁ ଜେଇ ଡକାଇ ପଠାଇଥିଲେ। ସଞ୍ଜିବ ସେଠାରେ ପହଞ୍ଚି ଯାଇଥିଲେ। ତାଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଖପାଖରେ ଲୁଚି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ଦେଓଙ୍କୁ ମାଡ଼ି ବସିଥିଲେ। ଲାଞ୍ଚ ଟଙ୍କା ଜବତ କରାଯାଇଛି। ସୁନ୍ଦରଗଡ଼ ବ୍ରାହ୍ମଣୀପଡ଼ାସ୍ଥିତ ବାସଭବନ ସହିତ ତାଙ୍କ କାର୍ଯ୍ୟାଳୟ ତଲାସି କରାଯାଇଛି। ଆଜି ତାଙ୍କୁ ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories