www.samajalive.in
Monday, December 8, 2025
24.1 C
Bhubaneswar

ପ୍ରାପ୍ୟ ପାଇବାରୁ ବଂଚିତ ନିର୍ମାଣ ଶ୍ରମିକ ବି.ଡି.ଓଙ୍କ ଦ୍ୱାରସ୍ଥ

କଲମପୁର : ଦିନେ ନୁହେଁ କି ଦୁଇ ଦିନ ନୁହେଁ। ଦୀର୍ଘ ୪୫ ଦିନ ଧରି ସରକାରୀ ଯୋଜନାରେ କାର୍ଯ୍ୟ କରି ନିଜ ପ୍ରାପ୍ୟ ପାଇବାରୁ ବଂଚିତ ହେଇ ଦୁର୍ଦିନରେ ଜୀବନ କାଟୁଛନ୍ତି ନିର୍ମାଣ ଶ୍ରମିକଙ୍କ ପରିବାର। ବାରମ୍ବାର ପଂଚାୟତ ଠାରୁ ବ୍ଲକ କାର୍ଯ୍ୟାଳୟ ଦୌଡୁଥିଲେ ମଧ୍ୟ ନିଜ ପାରିଶ୍ରମିକ ପାଇ ପାରୁନାହାଁନ୍ତି ନିର୍ମାଣ ଶ୍ରମିକ। ସବୁଠାରୁ ନିରାଶ ହେବା ପରେ ଶୁକ୍ରବାର ନିର୍ମାଣ ଶ୍ରମିକ ମାନେ ବି.ଡି.ଓଙ୍କ ଦ୍ୱାରସ୍ଥ ହେଇଛନ୍ତି।

ପ୍ରାପ୍ତ ସୁଚନା ଅନୁସାରେ ଗତ ଅଗଷ୍ଟ ମାସରେ ବ୍ଲକ ପ୍ରଶାସନ ତରଫରୁ ଏନ.ଆଇ.ଏ.ଏମ (ନିଅମ) ନାମକ ସଂସ୍ଥା ମାଧ୍ୟମରେ କଲମପୁର ବ୍ଲକ ଅଧିନସ୍ଥ ମଣ୍ଡଳ, ବଲାଗାଁ, ଭାଟିଗାଁ, ଖଣ୍ଡିଡଙ୍ଗରୀଗୁଡା ଆଦି ଗ୍ରାମର ୩୦ ଜଣ ନିର୍ମାଣ ଶ୍ରମିକ ତାଲମି ପାଇଁ ବିଭିନ୍ନ ଆବାସ ଯୋଜନାରେ କାର୍ଯ୍ୟ କରିଥିଲେ। ଏହି ତାଲିମ ପାଇଁ ସେମାନଙ୍କୁ ଦୈନିକ ୩୨୦ ଟଙ୍କା ପ୍ରାପ୍ୟ ଦିଆଯିବାର ବ୍ୟବସ୍ଥା ରହିଥିଲା। ପ୍ରତି ସପ୍ତାହରେ ସେମାନଙ୍କ ପ୍ରାପ୍ୟ ସମିତି କାର୍ଯ୍ୟାଳୟ ତରଫରୁ ସମ୍ପୃକ୍ତ ଶ୍ରମିକଙ୍କ ବ୍ୟାଙ୍କ ଜମାଖାତାରେ ଜମା କରାଯିବା ନେଇ ନିୟମାବଳୀ ରହିଛି। କିନ୍ତୁ ଗୋଟିଏ ମାତ୍ର ସପ୍ତାହର ୨୨୪୦ ଟଙ୍କା ଲେଖାଏଁ ପୈଠ ହେଇଥିବା ବେଳେ ବଳକା ୧୨୧୬୦ ଲେଖାଏଁ ଟଙ୍କା ଅଦ୍ୟାବଧି ଜମା ହେଇ ପାରିନାହିଁ। ୩୦ ଜଣ ଶ୍ରମିକଙ୍କ ପ୍ରାୟ ୩,୬୦,୦୦୦ରୁ ଅଧିକ ଟଙ୍କା ବକେୟା ରହିଛି। ଏନେଇ ଶ୍ରମିକମାନେ ସମ୍ପୃକ୍ତ ସଂସ୍ଥାର କ୍ଷେତ୍ର ଅଧିକାରୀଙ୍କ ସମେତ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ସମିତିର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରୁଥିଲେ ମଧ୍ୟ ନିଜ ପାରିଶ୍ରମିକ ପାଇବାରୁ ବଂଚିତ ରହିଛନ୍ତି। ବର୍ତ୍ତମାନ ମହାମାରୀ କରୋନାରେ ଲୋକେ ଭୋକ ଉପାସରେ କବଳିତ ହେଉଥିବା ବେଳେ ସରକାରଙ୍କ ତରଫରୁ କାର୍ଯ୍ୟ କରାଇ ପ୍ରାପ୍ୟ ଦେବାରେ ବିଳମ୍ବ କରିବା ଦ୍ୱାରା ଶ୍ରମିକ ପରିବାରର ଜୀବନଜୀବିକା ପ୍ରତି  କୁଠାରଘାତ କରାଯାଉଛି। ତେଣୁ ତୁରନ୍ତ ଏହାର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଶ୍ରମିକଙ୍କ ତରଫରୁ ଦାବି ହେଉଛି। ଏନେଇ ଭାରପ୍ରାପ୍ତ ବି.ଡି.ଓ କରିଶ୍ମା ବେଶ୍ରାଙ୍କ ସହ ଯୋଗାଯୋଗ କରାଯାଇଥିଲା ଏନେଇ ତାଙ୍କ ପାଖରେ ସୁଚନା ଥିବା ସ୍ୱୀକାର କରିବା ସହ ତୁରନ୍ତ ଏହାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ମତବ୍ୟକ୍ତ କରିଛନ୍ତି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories