www.samajalive.in
Monday, December 8, 2025
13.1 C
Bhubaneswar

୫ କେ.ଜି କଟନୀ ଦାବିରେ ଅଡି ବସିଲେ ମିଲର୍ସ ଏଜେଣ୍ଟ, ଅଚଳ ରହିଛି ଗାଁ ଧାନ ମଣ୍ଡି

କଲମପୁର : ଅନ୍ତ ହେଉ ନାହିଁ ଚାଷୀଙ୍କ ସମସ୍ୟା। ଦିନକୁ ଦିନ ଜଟିଳ ହେଉଛି ମଣ୍ଡି ବ୍ୟବସ୍ଥା। ଯାହାରି ଫଳରେ ଚାଷୀ ଶୋଷଣର ଶିକାର ହେଉଛନ୍ତି। ବାରମ୍ବାର ଚାଷୀ ଆନ୍ଦୋଳନ ହେଉଥିଲେ ମଧ୍ୟ ନାଁ ନେତା ମନ୍ତ୍ରୀ ନାଁ ପ୍ରଶାସକ କେହି ମଧ୍ୟ ଚାଷୀ ସମସ୍ୟାର ସମାଧାନ କରିବାରେ ଗୁରୁତ୍ୱ ଦେଉ ନାହାଁନ୍ତି। ଧାନ ଚାଷ ଏବେ ବ୍ୟୟ ବହୁଳ ହେଇ ସାରିଛି। ଚାଷୀ ଅନ୍ୟ ଚାଷ ପାଇଁ ଇଚ୍ଛା ପ୍ରକାଶ କଲେ ମଧ୍ୟ ଜମିର ଭିତ୍ତିଭୂମି ନଥିବାରୁ କେବଳ ଧାନ ଚାଷକୁ ହିଁ ଭରସା କରୁଛନ୍ତି। ବିଳମ୍ବିତ ମଣ୍ଡି ନିତୀ ଚାଷୀଙ୍କୁ ହରଡ ଘଣାରେ ପକାଇଛି। ଏବେ ନଭେମ୍ବର ମାସ ଚତୁର୍ଥ ସପ୍ତାହର ଶେଷ ପାହାଚରେ। କଲମପୁର ଅଂଚଳରେ ଏବେ ୩୦ ପ୍ରତିଶତ ରୁ ଅଧିକ ଧାନ ଅମଳ ହୋଇ ସାରିଲାଣି। କିନ୍ତୁ ଧାନ ମଣ୍ଡି ସ୍ୱଭାବିକ ହେଇ ପାରିନାହିଁ। କଲମପୁର ସମବାୟ ସମିତି ଅଧିନସ୍ଥ ପଣ୍ଡିଗାଁ ମଣ୍ଡି ଶୁକ୍ରବାର ଠାରୁ ଧାନ ଉଠାଣ ପାଇଁ ୩୫ ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଥିଲା। ଧାନ ମଣ୍ଡିରେ ସମବାୟ ସମିତି ଓ ନିୟନ୍ତ୍ରିତ ବଜାର କମିଟିର କର୍ମଚାରୀ ପହଂଚି ଧାନ ମାନ ଯାଂଚ କରିଥିଲେ। ମିଲର୍ସଙ୍କ ଦ୍ୱାରା ନିୟୋଜିତ ଏଜେଣ୍ଟ ମଣ୍ଡିରେ ପହଂଚି ୧୭ ପ୍ରତିଶତ ଆଦ୍ରତା ମଧ୍ୟରେ ଥିବା ଧାନକୁ କ୍ୱିଣ୍ଟାଲ ପ୍ରତି ୫ କେ.ଜି କଟନୀ ଦାବି କରିଥିଲେ। ଯାହାକୁ ବୀର ଲଣ୍ଡାଘୋଡା ପଂଚାୟତସ୍ତରୀୟ ଚାଷୀ ସଂଘର୍ଷ ସମିତିର ସଦସ୍ୟମାନେ ବିରୋଧ କରିଥିଲେ। କିନ୍ତୁ ଏଜେଣ୍ଟମାନେ ୫ କେ.ଜି କଟନି ପାଇଁ ଅଡି ବସିବାରୁ ପଣ୍ଡିଗାଁ ମଣ୍ଡି ଅଚଳ ରହିଛି। ଏହି ମଣ୍ଡିରେ ନିୟୋଜିତ ଏଜେଣ୍ଟମାନଙ୍କୁ ବହିଷ୍କାର କରିବା ପାଇଁ କୃଷକ ସଂଗଠନର ସଦସ୍ୟ ମାନେ ଦାବି କରିଛନ୍ତି। ଏନେଇ କ୍ରୟ ଅଧିକାରୀ ତଥା କଲମପୁର କୃଷି ସମବାୟ ସମିତିର ସମ୍ପାଦକ ତ୍ରିଭୂବନ ପ୍ରଧାନୀଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ ଏହି ଘଟଣାକୁ ସ୍ୱୀକାର କରିବା ସହ ଅନ୍ୟ ମଣ୍ଡିରେ ଏଭଳି କଟନୀ ଚାଲିଥିବା ସ୍ୱୀକାର କରିଥିଲେ। ତେଣୁ ତୁରନ୍ତ ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ସମ୍ପୃକ୍ତ ଏଜେଣ୍ଟ ମାନଙ୍କୁ ଧାନ କ୍ରୟ ରୁ ହଟାଇବା ପାଇଁ ଚାଷୀ ସଂଘର୍ଷ ସମିତିର ସମ୍ପଦକ ସୁଧିର କୁମାର ରାଉତ ମତବ୍ୟକ୍ତ କରିଛନ୍ତି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories