www.samajalive.in
Saturday, December 6, 2025
16.1 C
Bhubaneswar

ଫେରିଘାଟ ନିର୍ମାଣକୁ ନେଇ ଅନିଶ୍ଚିତତା

ଧାମରା: ଧାମରରେ ଏକ ଫେରିଘାଟ ନିର୍ମାଣ ହେବ। ଏହି ଫେରିଘାଟରେ ଆର୍ନ୍ତଜିଲ୍ଲା ଯାତ୍ରୀ ମାନଙ୍କ ଯାତାୟତର ସୁବିଧା ପାଇଁ ନୂତନ ଫେରି କ୍ରୟ କରାଯିବ। ଫେରିଘାଟ ନିର୍ମାଣ ନେଇ ରାଜ୍ୟ ସରକାର ଆଇଆଟି ଚେନ୍ନାଇର ସାହାରା ନେଇ ୧କୋଟି ଟଙ୍କା ବ୍ୟୟ ବରାଦ କରି ଡିପିଆର ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ଅବଗତ କରାଇଥିଲେ। ଏହା ପରେ ମଧ୍ୟ ରାଜ୍ୟ ସରକାର ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ନେଇ ଅନିଶ୍ଚିତତା ଲାଗି ରହିଛି।

ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୫-୧୬ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଚେନ୍ନାଇ ଆଇଆଇଟିର ସାହାଯ୍ୟ ନେଇ ଧାମରା ସ୍ଥିତ କାଳିନାଳୀ ଠାରେ ଏକ ଆର୍ନ୍ତଜିଲ୍ଲା ଫେରିଘାଟ ନିର୍ମାଣ କରିବା ପାଇଁ ଯୋଜନା କରିଥିଲେ। ଚେନ୍ନାଇ ଆଇଆଇଟିର ବୈଷୟିକ ଜ୍ଞାନ କୌଶଳରେ ଏହି ଘାଟ ନିର୍ମାଣ କରାଯିବ। ଏଥିରେ ୧୧୪ କୋଟି ଟଙ୍କା ବ୍ୟୟ ବରାଦ କରାଯିବାର ଯୋଜନା କରାଯାଇଥିଲା। ଏହି ଡିପିଆର ପ୍ରସ୍ଥୁତ ପାଇଁ ରାଜ୍ୟ ସରକାର ଚେନ୍ନାଇ ଆଇଆଇଟି ଟିମକୁ ୧ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ ସରିବା ପରେ ଏହାକୁ ସାଗରମାଳା ପ୍ରକଳ୍ପରେ ଅର୍ନ୍ତଭୁକ୍ତ କରାଯାଉ ବୋଲି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସାଗରମାଳା ଉନ୍ନୟନ କମ୍ପାନୀ ଲିମିଟେଡ(ଏସଡିସିଏଲ)କୁ ଅନୁରୋଧ କରିଥିଲା। ଏହି ପ୍ରକଳ୍ପକୁ ଏସଡିସିଏଲ ଅନୁମୋଦନ କରିବାକୁ ବାକି ରହିଥିବା ବେଳେ ରାଜ୍ୟ ସରକାର ଏହି ପ୍ରକଳ୍ପକୁ ସବୁଦିନ ପାଇଁ ବନ୍ଦ କରିଦେବାକୁ ମସୁଧା ଚଳାଇଛନ୍ତି। କେନ୍ଦ୍ରାପଡା ଜିଲ୍ଲାର ଜୟନଗର ଠାରେ ଏକ ସେତୁ ନିର୍ମାଣ କରାଯିବ ବୋଲି ରାଜ୍ୟ ସରକାର ଏକ ଯୋଜନା ରଖିଛନ୍ତି। ଏହି ସେତୁ ନିର୍ମାଣ କରାଗଲେ ଅଂଚଳବାସୀ ଏହି ସେତୁ ଦେଇ କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆକୁ ଯାତାୟତ କରିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ରାଜ୍ୟ ସରକାର ଆଶା ବାନ୍ଧି ବସିଛନ୍ତି। ରାଜ୍ୟରେ କୌଣସି ମେଗା ପ୍ରୋଜେକ୍ଟ ନଥିବା ବେଳେ ଧାମରା ବନ୍ଦର ଏକମାତ୍ର ମେଗାପ୍ରୋଜେକ୍ଟ। ଧାମରା ବନ୍ଦରକୁ ଆଖି ଆଗରେ ରଖି ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେଉଥିବା ବେଳେ ବନ୍ଦର କର୍ତ୍ତୃପକ୍ଷ ଧାମରାରେ କାଳିନାଳୀ ଠାରେ ନୂଆ ଫେରିଘାଟ ନିର୍ମାଣ କରିବା ସହ ନୂଆ ଫେରିକ୍ରୟ କରିବାକୁ ଥିବା ଯୋଜନାକୁ କାର୍ଯ୍ୟକାରୀ କରାଯାଉ ବୋଲି ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖିଛନ୍ତି। ଏହା ଫଳରେ ଧାମରାରୁ କଟକ ,ଭୂବନେଶ୍ୱର ଯାତାୟତରେ ସମୟ କମ ଲାଗିବା ସହ ଦୂରତା ମଧ୍ୟ କମିଯିବ। ଏଥିସହ କେନ୍ଦ୍ରାପଡା ଜିଲ୍ଲାର ଭିତରକନିକାକୁ ଏହି ଫେରିଘାଟ ଦେଇ ଯାତାୟତ ସହଜ ଏବଂ ସୁବିଧା ହୋଇ ପାରିବ।

- Advertisement -

ଏଠାରେ ଉଲ୍ଲେଖଯୋଗ୍ୟ ଏହି ପ୍ରକଳ୍ପ ପାଇଁ ଖର୍ଚ ହେବାକୁ ଥିବା ରାଶିର ସିଂହଭାଗ କେନ୍ଦ୍ର ସରକାର ଦେବାକୁ ଥିବା ବେଳେ ଆଂଶିକ ମାତ୍ରାରେ ରାଜ୍ୟ ସରକାରଙ୍କୁ ବହନ କରିବାକୁ ପଡିବ। ଏହା ସତ୍ତ୍ବେ ରାଜ୍ୟ ସରକାର ଭଦ୍ରକ ଜିଲ୍ଲାକୁ କ’ଣ ପାଇଁ ଉପେକ୍ଷା କରାଯାଉଛି ତାହା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories