www.samajalive.in
Sunday, December 7, 2025
23.1 C
Bhubaneswar

୧୨ ଦିନରେ ପହଞ୍ଚିଲା ସ୍ବାତୀ ମାଲିୱାଲଙ୍କ ଅନଶନ: ସ୍ବାସ୍ଥ୍ୟାବସ୍ଥା ବିଗୁଡୁଛି, ଅଚିନ୍ତାରେ ସରକାର

ନୂଆଦିଲ୍ଲୀ: ମହିଳାଙ୍କ ସୁରକ୍ଷା ପାଇଁ ଲଢ଼େଇ ଜାରି ରଖିଥିବା ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ବଳାତ୍କାର ମାମଲାକୁ ଫାଷ୍ଟଟ୍ରାକ୍‌ କୋର୍ଟ ଜରିଆରେ ବିଚାର କରି ୬ମାସ ମଧ୍ୟରେ ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଦେବା ଲାଗି ବ୍ୟବସ୍ଥା କରିବା ଦାବିରେ ସ୍ବାତୀ ରାଜଘାଟସ୍ଥିତ ସମତା ସ୍ଥଳରେ ଚଳାଇଥିବା ଅନଶନ ଶନିବାର ୧୨ ଦିନରେ ପହଞ୍ଚିଛି। ସେ ଖାଦ୍ୟ ଏବଂ ଜଳ ଗ୍ରହଣ କରୁ ନ ଥିବାରୁ ସ୍ବାସ୍ଥ୍ୟାବସ୍ଥା ଦୁର୍ବଳ ହୋଇପଡ଼ିଛି। ତାଙ୍କ ରକ୍ତଚାପ ଲଗାତର ହ୍ରାସ ପାଇବାରେ ଲାଗିଛି। ଅନ୍ୟପଟେ ସରକାର ଏଯାଏ ସ୍ବାତୀଙ୍କ ଅନଶନକୁ ଗୁରୁତ୍ଵ ଦେଇନାହାନ୍ତି। ସ୍ବାତୀଙ୍କ ଦାବିକୁ ସରକାର ଅଣଦେଖା କରିବା ସହିତ ମହିଳାଙ୍କ ସୁରକ୍ଷା ପ୍ରତି ଆଦୌ ଚିନ୍ତା କରୁ ନ ଥିବା ମତପ୍ରକାଶ ପାଇଛି। ଅନଶନ ଯୋଗୁ ସ୍ବାତୀଙ୍କ ଶରୀରର ଓଜନ ୬.୩ କି.ଗ୍ରା. ହ୍ରାସ ପାଇଛି। ଗତ ଶୁକ୍ରବାର ଡାକ୍ତରମାନେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ରକ୍ତ ଚାପ ପୂର୍ବାପେକ୍ଷା ହ୍ରାସ ପାଇଥିବା ଜଣାପଡ଼ିଛି। ସ୍ବାତୀ କହିଛନ୍ତି, ଦିଲ୍ଲୀରେ ୪୫ଟି ଫାଷ୍ଟ୍ରଟ୍ରାକ୍‌ କୋର୍ଟର ଅଭାବ ରହିଛି। ଦିଲ୍ଲୀ ପୁଲିସ ଗତ ୧୩ ବର୍ଷ ଧରି ପ୍ରାୟ ୬୬ ହଜାର ଯବାନ ମାଗିଆସୁଛି, କିନ୍ତୁ କେନ୍ଦ୍ର ସରକାର ଏହା ଉପରେ ଆଦୌ ଧ୍ୟାନ ଦେଉନାହାନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories