ଧାମରାରେ ରାଜ୍ୟ ସ୍ତରୀୟ ବୋଇତ ବନ୍ଦାଣ ଏବଂ ବାଲିଯାତ୍ରା ପାଳିତ

ଧାମରା : ଧାମରାରେ ଐତିହାସିକ ବୋଇତବନ୍ଦାଣ ତଥା ବାଲିଯାତ୍ରା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।  ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରବା ତଥା ଭାତୃଭାବର ଆଦାନ ପ୍ରଦାନ ପାଇଁ ଏହି ଉତ୍ସବ ଭାଇଚାରାର ପ୍ରତୀକ ରୂପେ ପାଳିତ ହୋଇଯାଇଛି।  ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ,ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇଥିଲେ।  ଧାମରାରେ ଏହି ଭାତୃଭାବ କେବଳ ନିଜ ଜିଲାରେ ସିମୀତ ନ ହୋଇ ଅନ୍ୟ ଜିଲା ସହ ଆଦାନ ପ୍ରଦାନ କରାଯାଇଥିବାରୁ  ଏହି କାର୍ଯ୍ୟକ୍ରମର ଭୂୟଶୀ ପ୍ରଶଂସା କରାଯାିଥିଲା । ବରେଣ୍ୟ ଅତିଥି ଭାବରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡିଶାର ନୌବାଣିଜ୍ୟ ସ୍ମରଣ ଏବଂ କାର୍ତିକ ପୂର୍ଣିମା ପାଳନର ମହତ୍ୱ ବିଷୟରେ ଆଲୋକପାତ କରିଥିଲେ।  ଏହି ଉତ୍ସବରେ ସାଂସଦ ମଞ୍ଜୁଲତା ମଣ୍ଡଳ, ବ୍ୟୋମକେଶ ରାୟ, ମୁକ୍ତିକାନ୍ତ ମଣ୍ଡଳ, ଦ୍ୱିଜବର ରାଉତ, ଜଗନ୍ନାଥ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ସାର୍ବଜନୀନ ବୋଇତ ବନ୍ଦାଣ କମିଟି ପକ୍ଷରୁ ହୋଇଥିବା ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ,ମନମୋହନ ସାମଲ,କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ,ଅଭିମନ୍ୟୁ ସେଠୀ, ମାଧବାନନ୍ଦ ମଲିକ, ବଦ୍ରି ନାରାୟଣ ଧଳ ,ବିଷ୍ନୁ ସେଠୀ,କାର୍ତିକ ଗୁଡିଆ ପ୍ରମୁଖ ଯୋଗଦେଇ ଏହି ବୋଇତ ବନ୍ଦାଣ ଉତ୍ସବର ମାହାତ୍ମ୍ୟ ଉପରେ ଆଲୋକପାତ କରିଥିଲେ।

kalyan agarbati

Comments are closed.