www.samajalive.in
Monday, December 15, 2025
14.1 C
Bhubaneswar

ମା’ ଧାମରାଇ ଆଞ୍ଚଳିକ ବୋଇତ ବନ୍ଦାଣ ଉତ୍ସବ କମିଟିର ପ୍ରସ୍ତୁତି ବୈଠକ

ଧାମରା : ଧାମରାରେ ମା’ ଧାମରାଇ ଆଂଚଳିକ ବୋଇତ ବନ୍ଦାଣ ଉତ୍ସବ କମିଟିର ପ୍ରସ୍ତୁତି ବୈଠକ ନରହରି ମଲିକଙ୍କ ଆବାହକତ୍ୱରେ ଧାମରାଇ ମନ୍ଦିର ପାନ୍ଥଶାଳାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ଆସନ୍ତା ୨୭ ତାରିଖ ବୋଇତ ବନ୍ଦାଣ ପର୍ବକୁ କିପରି ଶାନ୍ତି ଶୃଙ୍ଖଳା ସହ ପାଳନ କରାଯିବ ସେ ନେଇ ଆଲୋଚନା ଏବଂ ପର୍ଯ୍ୟାଲୋଚନା ହୋଇଥିଲା । ଦୀର୍ଘ ୧୫ବର୍ଷ ହେବ ଏହି ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇ ଆସୁଥିବା ବେଳେ ଏହି ଉତ୍ସବ ୧୬ବର୍ଷରେ ଏହା ପଦାର୍ପଣ କରିଛି ।

ଏହି ଉତ୍ସବରେ ବିଧାୟକ ସୁରେଶ ରାଉତରାୟ, ତାରାପ୍ରସାଦ ବାହିନୀ ପତି, ରମେଶ ଜେନା, ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଆସିବେ ବୋଲି ସ୍ୱୀକୃତି ଦେଇଥିବା ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଥିଲା । ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବୈଠକରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଅମୀୟ କୁମାର ମହାପାତ୍ର, ଦିଗମ୍ବର ଦାସ, ପ୍ରଚାର କମିଟି ଅଧ୍ୟକ୍ଷ ନରହରି ମଲିକ, ନରେନ୍ଦ୍ର ନାୟକ, ଗଦାଧର ନାୟକ, ନରେନ୍ଦ୍ର ମାଇତି , ସୁରେନ୍ଦ୍ର ଜେନା, ଦେବାଶିଷ ନାୟକ, ରାଜ କିଶୋର ଦିନ୍ଦା, ବିଜୟ ବେହେରା, ଉମେଶ ମହାକୁଡ, ସେକ ଜିଆଦ, ଶରତ ଦଳେଇ, ତାରାକାନ୍ତ ସେଠୀ, ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ସମେତ ମା’ ଧାମରାଇ ଆଂଚଳିକ ବୋଇତ ବନ୍ଦାଣ ଉତ୍ସବ କମିଟିର ବହୁ ସଭ୍ୟ ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories