ଶ୍ରାବଣର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ କାଉଡିଆଙ୍କ ଭିଡ

ଗୁରୁଡିଝାଟିଆ : କରୋନା କଟକଣା ଯୋଗୁଁ ୨ବର୍ଷ ଧରି କରୋନା କଟକଣା ଯୋଗୁଁ ଜଳଲାଗି ପାଇଁ କାଉଡିଆମାନେ ଆସିପାରୁ ନଥିଲେ । ଅବସ୍ଥା ସ୍ୱାଭାବିକ ହୋଇଥିବାରୁ ପ୍ରଭୁ ଧବଳେଶ୍ୱର ପୀଠକୁ ଅତି ଉତ୍ସାହର ସହିତ କାଉଡିଆମାନେ ଜଳଲାଗି ପାଇଁ ଆସିଛନ୍ତି । ଅତ୍ୟନ୍ତ ଶୃଙ୍ଖଳିତ ଭାବରେ ବାହାରେ କାଉଡି ରଖି ଦୁଇ ହାତରେ କଳସ ଧରି ଜଣକ ପରେ ଜଣେ ଧାଡିରେ ଆସି ପ୍ରଭୂଙ୍କ ନିକଟରେ ଜଳଲାଗି କରିଥିଲେ । ଜଳଲାଗି ନିମନ୍ତେ ଆଠଗଡ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ପୀଠରେ ଉପସ୍ଥିତ ରହି ସମସ୍ତ ସୁବନ୍ଦୋବସ୍ତ କରିଥିଲେ । କାଉଡିଆଙ୍କ ପାଇଁ ପୀଠ ପରିସରରେ ଆଲୋକ ବ୍ୟବସ୍ଥା ଓ ପରିଷ୍କାର ପରିଚ୍ଛନ୍ନ କରାଯାଇଥିଲା । ଗୁରୁଡିଝାଟିଆ ପୁଲିସ ପକ୍ଷରୁ ୩ ପ୍ଲାଟୁନ ଫୋର୍ସ ଶାନ୍ତିଶୃଙ୍ଖଳା ପାଇଁ ମୁତୟନ କରାଯାଇଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କୃଷ୍ଣଚନ୍ଦ୍ର ପଟ୍ଟନାୟକ, ଉପଆରକ୍ଷୀ ଅଧିକ୍ଷକ ରଣଜିତ୍ ପୃଷ୍ଟି, ଉପଆରକ୍ଷୀ ଅଧିକ୍ଷକ ସୁପ୍ରସନ୍ନ ମଲ୍ଲିକ, ଉପଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ମଲ୍ଲିକ, ଉପଆରକ୍ଷୀ ଅଧିକ୍ଷକ ନିରଞ୍ଜନ ଶବର, ଚୌଦ୍ୱାର ଉପଖଣ୍ଡ ଆରକ୍ଷୀ ଅଧିକାରୀ ସତ୍ୟବ୍ରତ ଲେଙ୍କା ଓ ଗୁରୁଡିଝାଟିଆ ଥାନା ଅଧିକାରୀ ପ୍ରମୁଖ ପୀଠରେ ଉପସ୍ଥିତ ରହି ସଜାଗ ଦୃଷ୍ଟି ଦେଇଥିଲେ । ଧବଳେଶ୍ୱର ପୂଜକ ସମିତିର କର୍ମକର୍ତ୍ତାମାନେ କାଉଡିଆଙ୍କୁ ଶୃଙ୍ଖଳିତ ଦର୍ଶନ କରିବାରେ ସହାୟତା କରିଥିଲେ।

kalyan agarbati

Comments are closed.