www.samajalive.in
Saturday, December 13, 2025
23.1 C
Bhubaneswar

ଡିଜିପିଙ୍କ ସହ ବୋଥ୍ରାଙ୍କ ରୁଦ୍ଧଦ୍ବାର ବୈଠକ

ଭୁବନେଶ୍ବର : ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ୨୫ଦିନ ବିତିଛି। ଏବେସୁଦ୍ଧା ହତ୍ୟାକାଣ୍ଡର ରହସ୍ୟଘେରରେ ରହିଛି। ଦିନ ଗଡ଼ିବା ସାଙ୍ଗକୁ ହତ୍ୟାକାଣ୍ଡର ନୂଆ ନୂଆ ଫଟୋ ଓ ଭିଡିଓ ସାମ୍ନାକୁ ଆସୁଛି। ଏହାରି ଭିତରେ ପୁଲିସ ମହାନିର୍ଦେଶକ (ଡିଜିପି)ଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ବୁଧବାର ଭେଟିଥିଲେ । ଭୁବନେଶ୍ବରସ୍ଥିତ ଡିଜିପିଙ୍କ ଶାଖା କାର୍ଯ୍ୟାଳୟରେ ଏକ ଗୁପ୍ତ ବୈଠକ ହୋଇଥିଲା। ବୈଠକରେ ଗୁଇନ୍ଦା ନିର୍ଦେଶକ ସଞ୍ଜୀବ ପଣ୍ଡାଙ୍କ ସମେତ ପୁଲିସର ଏକାଧିକ ବରିଷ୍ଠ ଅଧିକାରୀ ମଧ୍ୟ ଥିଲେ। ମନ୍ତ୍ରୀ ଶ୍ରୀ ଦାସଙ୍କ ହତ୍ୟା ଘଟଣା ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡ଼ିଛି। କିଛି ସମୟ ଆଲୋଚନା ପରେ ଡିଜିପିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ବିଧାନସଭା ଅଭିମୁଖେ ଯାଇଥିଲେ।
ସୂଚାନା ଅନୁସାରେ, ପୁଲିସ ଡିଜିଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଭେଟି ତଥା ନବଙ୍କ ହତ୍ୟା ମାମଲାର ତଦନ୍ତ ସମ୍ପର୍କରେ ଆଲୋଚନା କରିଥିଲେ। ତଦନ୍ତ କିପରି ଆଗକୁ ବଢ଼ିବ ସେ ନେଇ ଅଧିକାରୀଙ୍କ ମଧ୍ୟରେ ତର୍ଜମା କରାଯାଇଥିଲା। ରାଜ୍ୟରେ ଆଇନଶୃଙ୍ଖଳାକୁ ନେଇ ବିରୋଧୀ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି। ଆଇନଶୃଙ୍ଖଳା କିପରି ସୂଚାରୁଭାବେ ଚାଲିବ ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ସୂଚନାଯୋଗ୍ୟ, ଜାନୁଆରୀ ୨୯ରେ ମନ୍ତ୍ରୀ ନବ ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ। ଏହି ସମୟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା।
ପୁଲିସ ଏଏସ୍‌ଆଇ ଗୋପାଳ ଦାସ ତାଙ୍କ ଉପରକୁ ଗୁଳି ଚଳାଇଥିଲା। ସେହିଦିନ ଚିକିତ୍ସାଧୀନ ଅବସ୍ଥାରେ ନବଙ୍କ ଦେହାନ୍ତ ହୋଇଥିଲା। ଅଭିଯୁକ୍ତ ଗୋପାଳ ଏବେ ଚୌଦ୍ବାର ଜେଲ୍‌ରେ ରହିଛି। ଅଭିଯୁକ୍ତର ମାନସିକ ସ୍ଥିତିକୁ ନେଇ ତଦନ୍ତ ଚାଲିଛି। ଗୁଳି କରିବା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories