www.samajalive.in
Monday, December 15, 2025
14.1 C
Bhubaneswar

କାହା ପାଖରେ ନାହିଁ ଖବର : କିନ୍ତୁ ରାମ ରହୀମଙ୍କୁ ପାରୋଲ

ରୋହତକ : ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହୀମ୍ ପୁଣି ଖବରର ଶିରୋନାମା ପାଲଟିଛନ୍ତି। କାହା ପାଖରେ କୌଣସି ଖବର ନାହିଁ, କିନ୍ତୁ ରାମ ରହୀମଙ୍କୁ ପାରୋଲ ମିଳିଯାଇଛି। ଯଦିଓ ଏହି ଖବର କିଛି ଦିନ ତଳର, ତେବେ ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଖବର କିଛି ଦିନ ତଳର ହେଲେ ମଧ୍ୟ ଏହା ଜଣାପଡିବା ପରେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ବଳାତ୍କାର ଓ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହୀମଙ୍କୁ ଅକ୍ଟୋବର ଗୋଟିଏ ଦିନ ପାରୋଲ ମିଳିଥିଲା। ୨୪ ଅକ୍ଟୋବରରେ ହରିୟାଣା ସରକାର ରାମ ରହୀମଙ୍କୁ ପାରୋଲ ପ୍ରଦାନ କରିଥିଲେ। ଡେରା ପ୍ରମୁଖ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରୋହତକର ସୁନାରିଆ ଜେଲରେ ରଖାଯାଇଛି।

- Advertisement -

ଅସୁସ୍ଥ ମା’ଙ୍କୁ ଭେଟିବା ପାଇଁ ମିଳିଥିଳା ପାରୋଲ

ରାମ ରହୀମ ନିଜର ଅସୁସ୍ଥ ମା’ଙ୍କୁ ଭେଟିବା ପାଇଁ ଦିନେ ପାରୋଲ ପାଇଥିଲେ। ତାଙ୍କୁ ଗୁରୁଗ୍ରାମର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ ଡେରା ମୁଖ୍ୟଙ୍କୁ ସୁନାରିଆ ଜେଲରୁ ଗୁରୁଗ୍ରାମ ଡାକ୍ତରଖାନାକୁ ନିଆଯାଇଥିଲା।

ରାମ ରହୀମଙ୍କ ସୁରକ୍ଷାରେ ତିନୋଟି ପୁଲିସ୍ କଣ୍ଟିଜେଣ୍ଟ୍

୨୪ ଅକ୍ଟୋବର ସନ୍ଧ୍ୟା ପର୍ଯ୍ୟନ୍ତ ରାମ ରହୀମ ତାଙ୍କ ଅସୁସ୍ଥ ମା ସହିତ ରହିଥିଲେ । ରାମ ରହୀମଙ୍କ ସୁରକ୍ଷା ପାଇଁ ହରିୟାଣା ପୁଲିସର ତିନୋଟି କଣ୍ଟିଜେଣ୍ଟ ନିୟୋଜିତ ହୋଇଥିଲେ। ଗୋଟିଏ ୟୁନିଟରେ ୮୦ ରୁ ୧୦୦ ପୁଲିସ ଥିଲେ। ପରଦା ଲାଗିଥିବା ପୋଲିସ କାରରେ ଡେରା ମୁଖ୍ୟଙ୍କୁ ଜେଲରୁ ଅଣାଯାଇଥିଲା। ଗୁରୁଗ୍ରାମରେ ପୁଲିସ କାରଟିକୁ ଡାକ୍ତରଖାନାର ତଳ ମହଲାରେ ରଖିଥିଲା। ​​ଯେଉଁଠାରେ ତାଙ୍କ ମା ଚିକିତ୍ସିତ ହେଉଥିବା ମହଲାକୁ ସମ୍ପୂର୍ଣ୍ଣ ଖାଲି କରାଯାଇଥିଲା। ଏହା ପରେ ରାମ ରହୀମ୍ ତାଙ୍କର ଅସୁସ୍ଥ ମା’ଙ୍କୁ ଭେଟିଥିଲେ।

ଜେଲ ଅଧୀକ୍ଷକଙ୍କୁ ଅନୁରୋଧ କରିଥିଲେ

ରୋହତକ ଏସପି ରାହୁଲ ଶର୍ମା କହିଛନ୍ତି ଯେ, ଗୁରୁଗ୍ରାମ ଗସ୍ତ ପାଇଁ ରାମ ରହୀମଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ଜେଲ ଅଧୀକ୍ଷକଙ୍କଠାରୁ ଅନୁରୋଧ ପତ୍ର ମିଳିଥିଲା। ଅକ୍ଟୋବର ୨୪ରେ, ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସୁରକ୍ଷା ଯୋଗାଇ ଦିଆଯାଇ ଥିଲା। ତେବେ ସବୁକିଛି ଶାନ୍ତିରେ ଶେଷ ହୋଇଥିଲା।

ସମସ୍ତ କାର୍ଯ୍ୟ ଏତେ ସତର୍କତାର ସହ କରାଯାଇଥିଲା ଯେ ଗଣମାଧ୍ୟମ ଏହାର ସୁରାକ୍ ମଧ୍ୟ ପାଇ ନ ଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories