www.samajalive.in
Monday, December 8, 2025
14.1 C
Bhubaneswar

ଭୁବନେଶ୍ୱର ଓ କଟକ ଅଞ୍ଚଳର ରାସ୍ତା ମରାମତି ଅକ୍ଟୋବର ୫ ସୁଦ୍ଧା ସାରିବାକୁ ପୂର୍ତ୍ତମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଭୁବନେଶ୍ୱର ଓ କଟକ ସହର ମଧ୍ୟରେ ଥିବା ସମସ୍ତ ରାସ୍ତାର ମରାମତି ଓ ଉନ୍ନତିକରଣ ନେଇ ଆଜି ମାନ୍ୟବର ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେ୍ୱðତନଗରୀ ଅଞ୍ଚଳରେ ଖରାପ ହୋଇଯାଇଥିବା ସମସ୍ତ ରାସ୍ତାକୁ ଅକେଫାବର ୫ ତାରିଖ ସୁଦ୍ଧା ମରାମତି ଶେଷ କରିବାକୁ ମାନ୍ୟବର ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଗାମୀ ଦଶହରା ସମୟରେ ସୁରକ୍ଷିତ ଯାତାୟତକୁ ଦୃଷ୍ଟିରେ ରଖି ସ୍ଥାନୀୟ ନିର୍ମାଣ ସୌଧ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କଟକ ଓ ଭୁବନେଶ୍ୱର ଅଞ୍ଚଳରେ ଥିବା ରାସ୍ତା ମଧ୍ୟରୁ କେଉଁ ରାସ୍ତାର ସ୍ଥିତି କ’ଣ, ସେ ନେଇ ଆଲୋଚନା ହୋଇଥିଲା। ଏଥିରେ ଭୁବନେଶ୍ୱର ଅଞ୍ଚଳର ମୋଟ ୮୧୮ଟି ରାସ୍ତାର ୭୯୮ କିମି ମଧ୍ୟରୁ ୪୬୭ ରାସ୍ତାର ୫୬୫ କିମି ରାସ୍ତା ଭଲ ଥିବାବେଳେ ୨୮୯ଟି ରାସ୍ତାର ୧୫୦ କିମି ରାସ୍ତା ସାମାନ୍ୟ ମରାମତି ଏବଂ ୬୨ଟି ରାସ୍ତାର ୭୧ କିମି ରାସ୍ତା ଅଧିକ ମରାମତି ଆବଶ୍ୟକ ରହିଛି। ସେହିପରି କଟକ ଅଞ୍ଚଳର ମୋଟ ୯୫ଟି ରାସ୍ତାର ୧୯୭ କିମି ରାସ୍ତା ମଧ୍ୟରୁ ୬୧ଟି ରାସ୍ତାର ୧୧୭ କିମି ରାସ୍ତା ଭଲ ଥିବାବେଳେ ୨୭ଟି ରାସ୍ତାର ୭୦ କିମି ରାସ୍ତା ସାମାନ୍ୟ ମରାମତି ଏବଂ ୭ଟି ରାସ୍ତାର ୯ କିମି ରାସ୍ତା ଅଧିକ ମରାମତି ଆବଶ୍ୟକ ରହିଛି ବୋଲି ବିଭାଗ ପକ୍ଷରୁ ବୈଠକରେ ସୂଚନା ଦିଆଯାଇଥିଲା।

- Advertisement -

ବୈଠକରେ କଟକ ଓ ଭୁବନେଶ୍ୱର ବିଧାୟକଗଣ, ମେୟର ଏବଂ ଅନ୍ୟ ରାଜନେତାମାନେ ଉପସ୍ଥିତ ରହି ନିଜ ନିଜ ଅଞ୍ଚଳର ରାସ୍ତା ମରାମତି ନେଇ ଆଲୋଚନା କରିଥିଲେ। ଶେଷରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମସ୍ତଙ୍କ ଆଲୋଚନା ଶୁଣିବା ସହ ମହାନଗର ନିଗମ, ପୂର୍ତ୍ତ ଏବଂ ଜାତୀୟ ରାଜପଥ ପ୍ରାଧିକରଣ ନିକଟରେ ଥିବା ସମସ୍ତ ରାସ୍ତାର ମରାମତି ସହ ଲୋକଙ୍କ ଯାତାୟତକୁ ସୁଗମ କରିବା ପାଇଁ ଆବଶ୍ୟକ ସମସ୍ତ ଟେଣ୍ଡର କାର୍ଯ୍ୟ ସହ ଅକେଫାବର ୫ ଭିତରେ ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ମାଣ କାର୍ଯ୍ୟରେ ଗୁଣବତ୍ତା ଉପରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିବା ସହ ଉଭୟ ସହରରେ ଥିବା ଡ୍ରେନ୍‌ଗୁଡ଼ିକରେ କଭର ପକାଇବା, ଜାତୀୟ ରାଜପଥ ଏବଂ ସର୍ଭିସ୍‌ ରୋଡ୍‌ ସମସ୍ୟାର ସମାଧାନ ଦିଗରେ ମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ସହରର ଜଳବନ୍ଦି ସମସ୍ୟାର ସମାଧାନ ସହ ପରବର୍ତ୍ତୀ ସମୟରେ ନିୟମିତ ଭାବେ ରାସ୍ତାଘାଟ ମରାମତି ଅନୁଧ୍ୟାନ ନେଇ ବୈଠକ ଓ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଥିଲେ ।

ଏହି ବୈଠକରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ଚୌଦ୍ୱାର-କଟକ ବିଧାୟକ ସୌଭିକ୍‌ ବିଶ୍ୱାଳ, ବାରବାଟି-କଟକ ବିଧାୟିକା ସେଫିଆ ଫିର୍ଦୋସ୍‌, କଟକ ମହାନଗର ନିଗମ ମେୟର ସୁବାସ ଚନ୍ଦ୍ର ସିଂ, ରାଜନେତା ଜଗନ୍ନାଥ ପ୍ରଧାନ, ଦିଲ୍ଲୀପ ମହାନ୍ତି,  ନୟନ କିଶୋର ମହାନ୍ତି, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ସ୍ୱତନ୍ତ୍ର ଶାସନ ସଚିବ ଲକ୍ଷ୍ମୀକାନ୍ତ ପାଢ଼ୀ, ଇଆଇସି ମୁଖ୍ୟ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories