ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କଲେ ‘ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ’ ଭାରତର ପ୍ରତିନିଧି ମିସ୍ ଏଲିଜାବେଥ୍ ଫୌରେ
ଭୁବନେଶ୍ୱର: ଆଜି ଲୋକସଭା ଭବନରେ ‘ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ’ ଭାରତର ପ୍ରତିନିଧି ତଥା କଣ୍ଟ୍ରି ଡାଇରେକ୍ଟର ମିସ୍ ଏଲିଜାବେଥ୍ ଫୌରେ ଏବଂ ଓଡ଼ିଶାର ଡବ୍ଲ୍ୟୁଏଫପିର ମୁଖ୍ୟ ହିମାଂଶୁ ବଳ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତିା ମିସ୍ ଫୌରେ ଓଡ଼ିଶାରେ ଡବ୍ଲ୍ୟୁଏଫପିର ଯାତ୍ରା ଏବଂ ସ୍ଥାୟୀ ଖାଦ୍ୟ ନିରାପତ୍ତା ଏବଂ ପୋଷଣ ହାସଲ ଦିଗରେ ଓଡ଼ିଶା ସହିତ ଡବ୍ଲìଏଫପିର ଦୀର୍ଘ ଦିନର ସମ୍ପର୍କ ବିଷୟରେ ବର୍ଣ୍ଣନା କରିଥିଲୋ ଓଡ଼ିଶାରେ ଡବ୍ଲ୍ୟୁଏଫପି ଖାଦ୍ୟ ଉପଲବ୍ଧତା, ମହିଳା ଓ ଶିଶୁମାନଙ୍କୁ ଉନ୍ନତ ପୋଷଣ, ନିରନ୍ତର ବିକାଶ, ମହିଳା ସଶକ୍ତୀକରଣ ଏବଂ ବିପର୍ଯ୍ୟୟ ପ୍ରସ୍ତୁତି କ୍ଷେତ୍ରରେ କାର୍ଯ୍ୟ କରୁଛିା
ଗ୍ରିନ୍ ଏଟିଏମ୍, ମୋବାଇଲ ଷ୍ଟୋରେଜ୍ୟୁନିଟ୍ ଏବଂ ସୌର ଶକ୍ତିଚାଳିତ ଶୀତଳ ଭଣ୍ଡାର ଥିବା ଡବ୍ଲ୍ୟୁଏଫପିର ଅଭିନବ ପ୍ରୟାସ ଏବଂ ସ୍ଥାୟୀ ଖାଦ୍ୟ ବ୍ୟବସ୍ଥାର ଏକ ମଡେଲ୍ ପ୍ରସ୍ତୁତ କରିବା ଏବଂ ଅମଳ ପରବର୍ତ୍ତୀ କ୍ଷତିକୁ ହ୍ରାସ କରିବାରେ ବହୁତ ସାହାଯ୍ୟ କରୁଛିା
ଡବ୍ଲ୍ୟୁଏଫପି ଏସଡିଜି-୨ ଦିଗରେ ରାଜ୍ୟକୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ସରକାରଙ୍କ ଯୋଗାଣ ପାଇଁ ଯାଚନା କରିଛିା ଡବ୍ଲ୍ୟୁଏଫପି କୃଷି ବିକାଶ କ୍ଷେତ୍ରରେ ଯୋଡି ହୋଇ କୃଷିର ଉନ୍ନତି ସହିତ ଜଳବାୟୁ ପରିବର୍ତ୍ତର୍ନ ସମସ୍ୟାର ସମାଧାନ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛିା
ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ବିଭିନ୍ନ ସେବା ଏବଂ ସରକାରୀ ଯୋଜନାଗୁଡିକର ରୂପାୟନ ଦିଗରେ ସରକାର ବିଶେଷ ଧ୍ୟାନ ଦେଉଛନ୍ତି ବୋଲି କହିବା ସହ ସମାଜର ଶେଷ ଭାଗର ଲୋକ ପାଖରେ ଯେପରି ସମସ୍ତ ସରକାରୀ ସୁବିଧା ଉପଲବ୍ଧି ହେବ ସେଥିପାଇଁ ପ୍ରୟାସ ଆରମ୍ବ ହୋଇଛି ବୋଲି କଣ୍ଟ୍ରି ଡାଇରେକଫଙ୍କୁ ଅବଗତ କରାଇ ଥିଲୋ ବର୍ତ୍ତମାନ ସରକାରଙ୍କର ବଜେଟ ପ୍ରସ୍ତୁତି ଚାଲିଛିା
ବିତ୍ତୀୟ ଅନୁଦାନକୁ ନେଇ ସମସ୍ତ ଯୋଜନା ସଫଳ ଭାବେ କାର୍ଯ୍ୟକାରି ହେବ ବୋଲି ଶ୍ରୀ ସିଂହ ମିସ ଫୈରୋଙ୍କୁ କହିଥ#ଲୋ କଣ୍ଟ୍ରି ଡାଇରେକଫରଙ୍କୁ କୃଷି ବିଭାଗ ନେଇଥ#ବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିବା ସହ ସରକାରଙ୍କ କଲ୍ୟାଣକାରୀ ଯୋଜନା ଏବଂ ଏହାର ଉପଲବ୍ଧତାକୁ ସହଜ କରିବାରେ ସାହାଯ୍ୟ କରିବା ପାଇଁ ଡବ୍ଲìଏଫପିର ସହାୟତା ଲୋଡିଥ#ଲୋ
Comments are closed.