www.samajalive.in
Monday, December 15, 2025
15.1 C
Bhubaneswar

ଖଣି ଅଞ୍ଚଳରେ ପ୍ରତିଷ୍ଠା ହେବ ଦକ୍ଷତା ବିକାଶ କେନ୍ଦ୍ର, ଖଣିଜ କ୍ଷେତ୍ର ପାଇଁ ଦିଆଯିବ ପ୍ରଶିକ୍ଷଣ

ଭୁବନେଶ୍ୱର : ଖଣିଜ କ୍ଷେତ୍ରରେ କାର୍ଯ୍ୟ କରିବା ନିମନ୍ତେ ଯୁବବର୍ଗଙ୍କୁ କୁଶଳୀ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଓଡ଼ିଶା ସରକାର। ଏନେଇ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ଟାଟା ଗ୍ରୁପର ସ୍କିଲ୍‌ କାଉନସିଲ୍‌ ଫର୍‌ ମାଇନିଂ ସେକଫର (ଏସସିଏମଏସ) ଅଧିକାରୀଙ୍କ ସହ ଗୁରୁବାର ଲୋକସଭା ଭବନରେ ଆଲୋଚନା କରିଛନ୍ତି। ଓଡ଼ିଶାର ଅଧିକାଂଶ ଜିଲା ଖଣି ପ୍ରଭାବିତ ଅଞ୍ଚଳ। ସେଥିପାଇଁ ଜିଲ୍ଲାସ୍ତରରେ ଖଣି ପ୍ରଭାବିତ ଅଞ୍ଚଳରେ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା ହେଉଛି। ଫଳରେ ସ୍ଥାନୀୟ ଯୁବକ-ଯୁବତୀଙ୍କୁ ଟ୍ରେନିଂ ଦେଇ ଦକ୍ଷତା ବୃଦ୍ଧି କରାଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ସ୍ୱାସ୍ଥ୍ୟ ଏବଂ ପରିବେଶର ସୁରକ୍ଷାକୁ ଟ୍ରେନିଂ ପ୍ରଦାନର ମୁଖ୍ୟ ଅଂଶ ଭାବେ ଗ୍ରହଣ କରାଯିବ। ଏହା ଦ୍ୱାରା ଖଣି ପ୍ରଭାବିତ ଅଞ୍ଚଳରେ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବା ସହ ପରିବେଶ ସୁରକ୍ଷିତ ରଖା ଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ଘଡ଼େଇ କହିଛନ୍ତି।

ତେବେ ସ୍ଥାନୀୟ ଖଣିଜ କେନ୍ଦ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରାଯିବ। ସେହି ଦକ୍ଷତା ବିକାଶ କେନ୍ଦ୍ର ଲାଗି ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବେ ଓଡ଼ିଶା ସରକାର। ଖଣି ଅଞ୍ଚଳର ଯୁବବର୍ଗଙ୍କୁ କୁଶଳୀ କରିବାରେ ସଫଳ ହୋଇଥିବା ଏସ୍‌.ସି.ଏମ୍‌.ଏସ ଖୁବଶୀଘ୍ର ରାଜ୍ୟସ୍ତରୀୟ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବୈଷୟିକ ଶିକ୍ଷା ନିର୍ଦେଶକ ରେଘୁଜୀ, ଏସସିଏମଏସର ପରିଚାଳନା ନିର୍ଦେଶକ ପଙ୍କଜ ସତେଜା, ସିଇଓ ସଞ୍ଜୟ ଶର୍ମା, ଅପରେସନ ମୁଖ୍ୟ ନଭନୀତ କୁମାର ଏବଂ ଟିସଏମଏଲ ମାନବ ସମ୍ଭଳ ପ୍ରବନ୍ଧକ ଗୌତମ ଚକ୍ରବର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories