ଦେଓଗାଁ: ନଳକୂପ ପାଣିରୁ ବାହାରିଛି ଏକ ଜୀବନ୍ତ ସାପ। ଫଳରେ ପାଣି ପିଇବେ କି ନାହିଁ ତାହାକୁ ନେଇ ଭୟରେ ରହିଛନ୍ତି ଗ୍ରାମବାସୀ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଦେଓଗାଁ ବ୍ଲକର ସାଲେପାଲି ଗାଁରୁ। ଏହି ଗାଁର ଉପରପଡା ଠାରେ ଥିବା ଏକ ନଳ କୂପକୁ ପାଣି ଆଣିବାକୁ ଯାଇଥିଲେ ସଂଜୀପ କୁମାର । ସେ ବାଲଟିରେ ପାଣି ଆଣି ଘରକୁ ଆସିବା ପରେ ବାଲଟିରେ କଲା ରଙ୍ଗର ଏକ ଜୀବାଣୁ ଥିବା ଦେଖିବାକୁ ପାଇଥିଲେ।
ଏନେଇ ପାଖ ପଡୋଶୀ ଲୋକଙ୍କୁ କହିବା ପରେ ବାଲଟିରେ ଥିବା ଜୀବାଣୁ ଟି ଏକ ବିଷାକ୍ତ ସାପ ବୋଲି ଚିହ୍ନଟ କରିଥିଲେ ଗାଁ ଲୋକେ। ଯାହା ଫଳରେ ଏହାକୁ ଦେଖିବା ପାଇଁ ଲୋକଙ୍କ ଗହଳି ଲାଗି ରହିଥିଲା । ଏଣୁ ଏହି ନଳ କୂପର ପାଣି ପରୀକ୍ଷା କରାଯାଇ ଲୋକମାନେ ପିଇବା ଉପଯୋଗୀ କି ନାହିଁ ସେ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହୋଇଛି ।



