ଦେବଗଡ : ଜିଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଦେବଗଡ ଜିଲା ଓ ଦୌରାଜଜଙ୍କ ଅଦାଲତ ପରିସରରେ ଆଜି ଏକ ଜିଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଦେବଗଡ ଜିଲା ଓ ଦୌରାଜଜ ଗୌତମ ଶର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଲୋକ ଅଦାଲରେ ବହୁ ସଂଖ୍ୟକ ମୋଟର ଦୁର୍ଘଟଣା (ମୋଟର ଏକ୍ସିଡେଂଟଣ୍ଟକ୍ଲେମ ଟ୍ରିବ୍ୟୁନାଲ) ମାମଲାର ବିଚାର କରାଯାଇ କ୍ଷତିପୁରଣ ବାବଦରେ ମୋଟ ୪୬ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏହି ଅଦାଲତରେ ବରିଷ୍ଠ ଆଇନଜୀବୀ ରାଜୀବ ଲୋଚନ ପ୍ରଧାନ, ପ୍ରମୋଦ କୁମାର ନନ୍ଦ, ସଚ୍ଚିକାନ୍ତ ଦାଶ, ବିକାଶ କୁମାର ପ୍ରଧାନ , ରୁଦ୍ରମଣି ବେହେରା ଓ ରିଙ୍କୁ ନାଥଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।
Popular Categories



