www.samajalive.in
Monday, December 8, 2025
16.1 C
Bhubaneswar

ଏହି ସରଳ ଉପାୟରେ ସୁନା ଭଳି ଚମକିବ ତ୍ୱଚା..

ଅଧିକାଂଶ ସୁନ୍ଦର ଦେଖାଯିବା ପାଇଁ ଇଚ୍ଛା ପ୍ରକାଶ କରିଥାଆନ୍ତି। ଏଥିପାଇଁ ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତି। ମାତ୍ର ଏପରି କିଛି ଘରୋଇ ଉପାୟ ଅଛି ଯାହା ଫଳରେ ଆପଣଙ୍କର ତ୍ୱଚା ଉଜ୍ୱଳ ଓ ସୁନ୍ଦର ଦେଖାଯିବ।
କଦଳୀ ଓ ଅଟା – କଦଳୀ ଓ ଅଟାକୁ ଚକଟି ଏଥିରେ କିଛି କ୍ଷୀର ମିଶାଇ କିଛି ସମୟ ରଖନ୍ତୁ। ଏହି ପେଷ୍ଟକୁ ତ୍ୱଚାରେ ଲଗାଇ୧୫ ରୁ ୨୦ ମିନିଟ୍‍ ରଖନ୍ତୁ। ଏହା ପରେ ଥଣ୍ଡା ପାଣି ମୁହଁକୁ ଧୋଇ ଦିଅନ୍ତୁ। ପ୍ରତି ୪ ଦିନକୁ ଥରେ ଏହା ଲଗାଇଲେ ଏହା ଖୁବ୍‍ ଉତ୍ତମ ଫଳ ଦେଇଥାଏ।
କିଛି କଞ୍ଚା କ୍ଷୀରକୁ ରାତିରେ ଫ୍ରିଜ୍‍ ରଖି ସକାଳେ ଏଥିରେ ସାମାନ୍ୟ ଲେମ୍ବୁ ଚୁପୁଡ଼ି ଏହାକୁ ସଙ୍ଗେ ସଙ୍ଗେ ମୁହଁରେ ଲଗାନ୍ତୁ । ଏହାକୁ ନିୟମିତ ଲଗାଇଲେ ଏକ ମାସରେ ଆଶ୍ଚର୍ୟ୍ୟଜନକ ଫଳ ଦେଇଥାଏ। ଏହା ତ୍ୱଚାକୁ ଚିକ୍କଣ ରଖିବାସହ ସଫା ଓ ସୁନ୍ଦର କରିଦିଏ।
ମହୁ – ମହୁ ତ୍ୱଚା ପାଇଁ ଖୁବ୍‍ ଲାଭପ୍ରଦ ଅଟେ। ପ୍ରତି ୨ ଦିନରେ ଥରେ ଖାଲି ମହୁ ଲଗାଇଲେ ଏହା ମୁହଁକୁ ଚିକ୍କଣ ରଖିବା ସହ ଏହାର ଚମକ ମଧ୍ୟ ବଢାଇଥାଏ।
ମୁହଁ ପାଇଁ ମହୁ ଖୁବ୍ ଲାଭଦାୟକ ହୋଇଥାଏ। ମାତ୍ର ଗୋଟିଏ ବୁନ୍ଦା ମହୁ ଆଣି ସେଥିରେ ସାମାନ୍ୟ ଗୋଲାପ ଜଳ ମିଶ୍ରଣ କରି ତାହାକୁ ମୁହଁରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମାଲିସ କରନ୍ତୁ। ଦେଖିବେ ଆପଣଙ୍କ ମୁହଁ ସଫା ରହିବା ସହ ନରମ ମଧ୍ୟ ଲାଗିବ।
କମଳା ଚୋପାର ସ୍କ୍ରବ –
କମଳାର ଚୋପାକୁ ଭଲ ଭାବେ ଶୁଖାଇ ଏହାକୁ ପେଷି ଗୁଣ୍ଡ ପ୍ରସ୍ତୁତ କରନ୍ତୁ। ଏହି ଗୁଣ୍ଡରେ କିଛି ମୁଲତାନୀ ମାଟି, ସାମାନ୍ୟ ଗୋଲାପ ଜଳ ମିଶାଇ ମୁହଁରେ ଲଗାଇ କିଛି ସମୟ ମସାଜ କରନ୍ତୁ। ଏପରି କରିବା ଦ୍ୱାରା ତ୍ୱଚାରୁ ଦୂଷିତ ପଦାର୍ଥ ବାହାରିବା ସହ ଚମକ ବୃଦ୍ଧି ପାଇଥାଏ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories