www.samajalive.in
Saturday, December 6, 2025
26.1 C
Bhubaneswar

ନିଖିଳ ଉତ୍କଳ ପଂଚାୟତ ନିର୍ବାହୀ ଅଧିକାରୀ ସଙ୍ଘର ଧାରଣା ଦ୍ୱିତୀୟ ଦିନରେ

ଦେବଗଡ଼ : ପଂଚାୟତ ନିର୍ବାହୀ ଅଧିକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ରୁ ଯୁକ୍ତ ୩ କରିବା ସହ ଦରମା ହାର ଲେଭେଲ – ୫ ରୁ ଲେଭେଲ – ୯ ଧାର୍ଯ୍ୟ କରିବା ସମେତ ୨ ଦଫା ଦାବୀରେ ନିଖିଳ ଉତ୍କଳ ପଂଚାୟତ ନିର୍ବାହୀ ଅଧିକାରୀ ସଙ୍ଘ, ଦେବଗଡ ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣା ଆଜି ଦ୍ୱିତୀୟ ଦିନରେ ପହଂଚିଛି। ସେହିପରି ଦାବୀ ପୁରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରୀ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।
ସୂଚନା ଯୋଗ୍ୟ ,ପଂଚାୟତ ନିର୍ବାହୀ ଅଧିକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ରୁ ଯୁକ୍ତ ୩ କରିବା ସହ ଦରମା ହାର ଲେଭେଲ – ୫ ରୁ ଲେଭେଲ – ୯ ଧାର୍ଯ୍ୟ କରିବା ଓ ନୂତନ ପଦବୀ ସୃଷ୍ଟି କରି ୧୦ବର୍ଷ କାର୍ଯ୍ୟ ସମ୍ପୁର୍ଣ୍ଣ କରିଥିବା ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ପଦୋନ୍ନତି ସହ ଜିପିଡିଓ ପଦବୀରେ ଶତପ୍ରତିଶତ ପଦୋନ୍ନତି ପ୍ରଦାନ ଓ ଓ.ପି.ଆର୍.ଏସ୍. କ୍ୟାଡର ରୁଲରେ ଅନ୍ତର୍ଭୂକ୍ତ କରାଯିବା ଦାବୀରେ ନିଖିଳ ଉତ୍କଳ ପଂଚାୟତ ନିର୍ବାହୀ ଅଧିକାରୀ ସଙ୍ଘ ପକ୍ଷରୁ ଦୀର୍ଘଦିନରୁ ଲଗାତାର ଭାବେ ଦାବୀ ହୋଇ ଆସୁଥିଲେ ହେଁ ଦାବୀ ପୁରଣ ନେଇ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି।
ଫଳରେ ସଂଘ ପକ୍ଷରୁ ଗତ ୭ ତାରିଖ ଠାରୁ ପଂଚାୟତ ନିର୍ବାହୀ ଅଧିକାରୀ ମାନେ କଳାବ୍ୟାଜ ପରିଧାନ କରି ଏହାର ପ୍ରତିବାଦ ଜଣାଇଥିଲେ। ଏଥିସହ ୧୭ ତାରିଖ ସୁଦ୍ଧା ଦାବୀ ପୁରଣ ନହେଲେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମୁହ ଧାରଣାରେ ବସିବାକୁ ସରକାରଙ୍କୁ ଲିଖୀତ ଚେତାବନୀ ଦେଇଥିଲେ। ଏହା ସତ୍ୱେ ଦାବୀ ପୁରଣ ନ ହେବାରୁ ନିଖିଳ ଉତ୍କଳ ପଂଚାୟତ ନିର୍ବାହୀ ଅଧିକାରୀ ସଙ୍ଘର ଆହ୍ୱାନ କ୍ରମେ ଦେବଗଡ ଶାଖା ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବା ସହ ନିଖିଳ ଉତ୍କଳ ପଂଚାୟତ ନିର୍ବାହୀ ଅଧିକାରୀ ସଙ୍ଘ, ଦେବଗଡ ଶାଖା ସଭାପତି ସୁଶାନ୍ତ କୁମାର ଗୌନ୍ତିଆ ଓ ସମ୍ପାଦକ ଗୋଲକ ବିହାରୀ ପ୍ରଧାନଙ୍କ ନେତୃତ୍ୱରେ ଦେବଗଡ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ପଂଚାୟତ ନିର୍ବାହୀ ଅଧିକାରୀ ଗତକାଲି ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories