www.samajalive.in
Saturday, December 6, 2025
26.1 C
Bhubaneswar

ନିୟମିତ ଅଣ୍ଟା ଯନ୍ତ୍ରଣା ଲାଗି ରହୁଥିଲେ ; ଏହି ଦିଗ ପ୍ରତି ଦିଅନ୍ତୁ ଧ୍ୟାନ..

ସୁସ୍ଥ ରହିବା ପାଇଁ ଶରୀରକୁ ପୋଷକ ତତ୍ତ୍ୱର ଆବଶ୍ୟକତା ରହିଛି। ଭିଟାମିନ୍‌‌, ମିନେରାଲ୍ସ, ପ୍ରୋଟିନ୍‌‌, କାବ୍ରୋହାଇଡ୍ରେଟ ସହ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି। କ୍ୟାଲସିୟମ ବିଶେଷ କରି ହାଡ ଓ ଦାନ୍ତକୁ ସୁସ୍ଥ ରଖିବା ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଶରୀରରେ କ୍ୟାଲସିୟମ ଅଭାବ କାରଣରୁ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଶରୀରରେ ବିଭିନ୍ନ ସ୍ଥାନରେ ଯନ୍ତ୍ରଣା ହେବା ସହ ହାଡ ଦର୍ବୁଳ ହେବାକୁ ଆରମ୍ଭ କରିଥାଏ। ତେଣୁ ନିଜ ଖାଦ୍ୟରେ କ୍ୟାଲସିୟମ ଥିବା ଖାଦ୍ୟ ନିଶ୍ଚୟ ସାମିଲ କରନ୍ତୁ। ଜାଣନ୍ତୁ..
ସୁସ୍ଥ ରହିବା ପାଇଁ ନିଜ ଖାଦ୍ୟରେ ବାଦାମ ନିଶ୍ଚୟ ସାମିଲ କରନ୍ତୁ। ଏଥିରେ କ୍ୟାଲସିୟମ ପର୍ଯ୍ୟାପ୍ତ ମାତ୍ରାରେ ରହିଛି। ଏହା ବ୍ୟତୀତ ବାଦାମରେ ଭିଟାମିନ୍‌‌ ଇ, ମାଗ୍ନେସିୟମ, ଫାଇବର ଓ ପ୍ରୋଟିନ ମାତ୍ରା ମଧ୍ୟ ରହିଛି। ନିର୍ଦ୍ଦିଷ୍ଟ ପରିମାଣରେ ବାଦାମ ସେବନ କରିବା ଦ୍ୱାରା ହାଡ ସୁସ୍ଥ ରହିବା ସହ ମଜଭୂତ ହୋଇଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ। ଶରୀରକୁ ଅନେକ ରୋଗରୁ ମଧ୍ୟ ରକ୍ଷା କରିଥାଏ।
ନିୟମିତ ଦହି ଖାଇବା ଦ୍ୱାରା କ୍ୟାଲସିୟମର ଅଭାବ ପୂରଣ ହୋଇଥାଏ। ଏହା ହାଡକୁ ମଜଭୂତ ରଖିବା ସହ ପେଟ ଜନିତ ଅନେକ ସମସ୍ୟାକୁ ଦୂର କରିଥାଏ। ଏଥିରେ ପ୍ରୋଟିନ୍‌‌, କ୍ୟାଲସିୟମ, ଭିଟାମିନ ବି୬, ଭିଟାମିନ ବି୧୨ ଭଳି ପୋଷକ ତତ୍ତ୍ୱ ରହିଛି। ଏହା ଆପଣଙ୍କୁ ସୁସ୍ଥ ରହିବାରେ ସହାୟକ ହୋଇଥାଏ।
ଯେଉଁମାନେ କ୍ଷୀର ପିଇବାକୁ ପସନ୍ଦ କରନ୍ତି ନାହିଁ,ସେମାନେ କ୍ୟାଲସିୟମର ଅଭାବ ପୂରଣ ପାଇଁ ସୋୟା ମିଲ୍କ ସେବନ କରି ପାରିବେ। ଏଥିରେ କ୍ୟାଲସିୟମ, ପ୍ରୋଟିନ୍‌‌ ଓ ଫାଇବର ପର୍ଯ୍ୟାପ୍ତ ପରିମାଣରେ ରହିଛି। ଏହା ହିମୋଗ୍ଲୋବିନ୍‌‌ ସ୍ତରକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ।
ସବୁଜ ପନିପରିବା ଓ ବିଭିନ୍ନ ପ୍ରକାର ଶାଗ ପୋଷକ ତତ୍ତ୍ୱରେ ଭରପୁର। ଏସବୁରେ କ୍ୟାଲସିୟମ, ପୋଟାସିୟମ, ଆଇରନ ଓ ଭିଟାମିନ୍‌‌ ସି ପ୍ରଚୁର ପରିମାଣରେ ରହିଛି। ଶରୀରରେ କ୍ୟାଲସିୟମର ଅଭାବ ପୂରଣ ପାଇଁ ନିଜ ଖାଦ୍ୟରେ କଦଳୀ, ପାଳଙ୍ଗ ସହ ଅନ୍ୟାନ୍ୟ ପନିପରିବା ସାମିଲ କରନ୍ତୁ। ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ସହ ହାଡ ଓ ମାଂସପେଶୀରେ ଅନୁଭବ ହେଉଥିବା ଯନ୍ତ୍ରଣା ଦୂର କରିଥାଏ।

 

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories