www.samajalive.in
Saturday, December 6, 2025
14.1 C
Bhubaneswar

ମାଦଳିଆ-ଟାଇଁସିରା ଗ୍ରାମ୍ୟ ଉନ୍ନୟନ ରାସ୍ତା ଅବସ୍ଥା ବେହାଲ

ଦେବଗଡ : ନିର୍ମାଣର ୬ ମାସ ପୁରିନାହିଁ। ହେଲେ ବେହାଲ୍ ହୋଇ ପଡିଲାଣି ଦେବଗଡ ଗ୍ରାମ୍ୟ ଉନ୍ନୟନ ବିଭାଜନ ଦ୍ୱାରା ନିର୍ମିତ ନବ ନିର୍ମିତ ପିଚୁ ରାସ୍ତା। ଫଳରେ ପାଣିରେ ପଡିବାକୁ ଯାଉଛି ୨୦ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦେବଗଡ ଜିଲା ବାରକୋଟ ବ୍ଲକ ଅନ୍ତର୍ଗତ ସରୁଆଳି ଗ୍ରାମ ପଂଚାୟତରେ। ମିଳିଥିବା ସୂଚନା ଅନୁଯାୟୀ ଆଦିମ ଜନଜାତି ପାଉଡି ଭୁୟାଁ ଅଧ୍ୟୁଷିତ ଅନୁନ୍ନତ ସରୁଆଳି ଗ୍ରାମ ପଂଚାୟତରେ ପ୍ରାୟ ୨ କି.ମି. ଦୈର୍ଘ୍ୟ ବିଶିଷ୍ଟ ‘ମାଦଳିଆ-ଟାଇଁସିରା ରାସ୍ତା’ ନିର୍ମାଣ ନିମନ୍ତେ ସରକାର ପ୍ରାୟ ୨୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ମଞ୍ଜୁର କରିଥିଲେ ଓ ପ୍ରାୟ ୫/୬ ମାସ ପୂର୍ବେ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ କରାଯାଇଥିଲା। ତେବେ ନିର୍ମାଣ ସମୟରେ ଉକ୍ତ ରାସ୍ତାରେ ବ୍ୟୟ ଅଟକଳ ଅନୁଯାୟୀ ପିଚୁ ବ୍ୟବହାର ହୋଇନଥିବା ଏବଂ ରାସ୍ତାର ମୋଟେଇ (ଥିକ୍ନେସ୍)କମ୍ ରହିଥିଲା।

ଫଳରେ ରାସ୍ତାର ସ୍ଥାୟୀତ୍ୱ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଅଂଚଳବାସୀ ଏନେଇ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ନିକଟରେ ଏକାଧିକ ବାର ଅଭିଯୋଗ କରିଥିଲେ। ମାତ୍ର ବିଡମ୍ବନାର ବିଷୟ ଏହା ଯେ, ବାରମ୍ବାର ଅଭିଯୋଗ ପରେ ମଧ୍ୟ ନିର୍ମାଣ କାର୍ଯ୍ୟରେ କୌଣସି ସୁଧାର ଆସିବା ପରିବର୍ତେ ପୂର୍ବଭଳି ନିମ୍ନ ମାନର କାର୍ଯ୍ୟ ଜାରୀ ରହିଥିଲା। ଫଳ ସ୍ୱରୂପ ନିର୍ମାଣର ଅଳ୍ପ ଦିନ ମଧ୍ୟରେ ରାସ୍ତାର ବିଭିନ୍ନ ସ୍ଥାନରୁ ପିଚୁ ବୋଳା ଚିପ୍ସ ଓ ବଜୁରୀ ଆଦି ଉଠିବା ସହ ରାସ୍ତାର ମାଟି ଉପରକୁ ଦେଖାଯାଇଥିଲା।
ଏହାଦେଖି ଅଂଚଳବାସୀ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଅଭିଯୋଗ କରିବା ସହ ତୁରନ୍ତ ମରାମତି ପାଇଁ ଗୁହାରୀ କରିଥିଲେ ହେଁ ସେମାନଙ୍କର ଗୁହାରୀ ଅରଣ୍ୟ ରୋଦନରେ ପରିଣତ ହୋଇଥିଲା। ଫଳରେ ପରବର୍ତ୍ତୀ ସମୟରେ ଉକ୍ତ ରାସ୍ତାରୁ ଅଧିକରୁ ଅଧିକ ଚିପ୍ସ ଓ ବଜୁରୀ ଉଠିଯିବା ସହ ବର୍ତମାନ ଉକ୍ତ ରାସ୍ତାର ଅବସ୍ଥା ବେହାଲ ହୋଇ ପଡିଛି। ସେହିପରି ଆଉ ଅଳ୍ପ ଦିନ ମଧ୍ୟରେ ରାସ୍ତାଟି ସମ୍ପୁର୍ଣ୍ଣ ଭାବେ ବ୍ୟବହାର ଅନୁପଯୋଗୀ ହୋଇ ପଡିବାର ଆଶଙ୍କା ଦେଖାଦେଇଛି।
୬ ମାସ ନପୁରୁଣୁ ଉକ୍ତ ରାସ୍ତାର ଅବସ୍ଥା ଏବେ ଏଭଳି ହୋଇ ପଡିଛି ଯେ, ନିଜେ ସ୍ୱଚକ୍ଷୁରେ ନଦେଖିଲେ ସହଜରେ ବିଶ୍ୱାସ କରି ହେବନାହିଁ। ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରାଯାଇଥିବାରୁ ଅଳ୍ପ ଦିନ ମଧ୍ୟରେ ଉକ୍ତ ରାସ୍ତାର ଅବସ୍ଥା ଏଭଳି ହୋଇ ପଡିଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି। ଅଭିଯୋଗ ସମ୍ପର୍କରେ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଶ୍ରୀ ବେହେରାଙ୍କ ମତାମତ ଲୋଡିବାରୁ ଟ୍ରାକ୍ଟର ଗୁଡିକ ଚାଷକାର୍ଯ୍ୟ ପାଇଁ କେଜ୍ ହ୍ୱିଲ ଲଗାଇ ଉକ୍ତ ନବ ନିର୍ମୀତ ରାସ୍ତାରେ ଚଳାଚଳ କରିବାରୁ ରାସ୍ତାର ଏଭଳି ଅବସ୍ଥା ହୋଇଥିବା ଉତ୍ତର ଦେଇଛନ୍ତି। ଅନ୍ୟପକ୍ଷରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ ସୋରେନଙ୍କ ମତାମତ ଲୋଡିବାରୁ ସେ ଉକ୍ତ ରାସ୍ତାକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ରାସ୍ତାର ମରାମତି କରାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories