ଦେବଗଡ ଜିଲାରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ପାଇଁ ଦାବୀ, ସାଂଦଙ୍କ ପରେ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ

ଦେବଗଡ: ଦେବଗଡ ଜିଲାରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ସ୍ଥାପନ ପାଇଁ ଗତ ଏପ୍ରିଲ ୨୦ ତାରିଖରେ ସମ୍ବକଲପୁର ଲୋକସଭା ସଦସ୍ୟ ନିତେଶ ଗଙ୍ଗଦେବ ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଶବର୍ଦ୍ଧନଙ୍କୁ ଚିଠି ଦ୍ୱାରା ନିବେଦନ କରିଥିବା ବେଳେ ଅଦ୍ୟାବଧି ଏହି ଦାବୀ ପୁରଣ ହୋଇ ପାରିନାହିଁ। ଅନ୍ୟପକ୍ଷରେ ଦେବଗଡ ଜିଲା ସଦର ମହକୁମାରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ସ୍ଥାପନ ପାଇଁ ଆଜି ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଓ ନ୍ୟାଚୁରାଲ ଗ୍ୟାସ ଏବଂ ଇସ୍ପାତମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ,କରୋନା ସଂକ୍ରମିତମାନଙ୍କ ଚିକିତ୍ସା ନିମନ୍ତେ ଦେବଗଡ ଜିଲାରେ ସ୍ଥାୟୀ କୋଭିଡ ହସପିଟାଲ ନଥିବା ବେଳେ ଜିଲା ସଦର ମହକୁମା ସ୍ଥିତ ସରକାରୀ ପଲିଟେକନିକରେ ଅସ୍ଥାୟୀ କୋଭିଡ କେୟାର ସେଂଟର ଖୋଲାଯାଇଛି। ଫଳରେ ଗୁରୁତର କରୋନା ରୋଗୀଙ୍କୁ ଚିକିତ୍ସା ନିମନ୍ତେ ପଡୋଶୀ ସମ୍ବଲପୁର ଜିଲାର ବୁର୍ଲା, କେନ୍ଦୁଝର ସମେତ ବିଭିନ୍ନ ଜିଲାକୁ ପଠାଇବାକୁ ପଡୁଛି। ଫଳରେ ସଂକ୍ରମିତ ତଥା ସଂକ୍ରମିତ ମାନଙ୍କ ପରିବାର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏଭଳି ସମସ୍ୟାର ସମାଧାନ ନିମନ୍ତେ ଦେବଗଡ ଜିଲାରେ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ସ୍ଥାପନ ପାଇଁ ଉଭୟ ସମ୍ବଲପୁର ଲୋକସଭା ସଦସ୍ୟ ଶ୍ରୀ ଗଙ୍ଗଦେବ ଓ ଦେବଗଡ ବିଧାୟକ ଶ୍ରୀ ପାଣିଗ୍ରାହୀ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଦ୍ୱୟଙ୍କୁ ଲିଖୀତ ଭାବେ ନିବେଦନ କରିଥିବା ଜଣାପଡିଛି। ଫଳରେ ଜିଲାରେ ୧୦୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ ହସପିଟାଲ ସ୍ଥାପନ ନେଇ ଦେବଗଡ ଜିଲାବାସୀଙ୍କ ମଧ୍ୟରେ ନୂତନ ଆଶା ସଂଚାର ହୋଇଛି।

Comments are closed.