nua o banner

ବନ ସୁରକ୍ଷା ସମିତିକୁ ଜୀବନ ଜୀବିକା ଉପକରଣ ବଣ୍ଟନ

BJD Bijuli 480×75 Mob

ଦେଓଗାଁ : ବଲାଙ୍ଗୀର ଜିଲ୍ଲା ଦେଓଗାଁ ରେଞ୍ଜର ୧୧ ଟି ବନ ସୁରକ୍ଷା ସମିତିକୁ ଜୀବନ ଜୀବିକା ବୃଦ୍ଧି କରି ଆର୍ଥିକ ସ୍ତରରେ ଉନ୍ନତି ହେବା ପାଇଁ ବଲାଙ୍ଗୀର ବନବିଭାଗ ବିଭିନ୍ନ ପ୍ରକାରର ଉପକରଣ ବଣ୍ଟନ କରିଛି। ଯେଉଁଥିରେ ବିଭିନ୍ନ ମେସିନ୍ ସହ ବିରି ଗ୍ରାଇଣ୍ଡିଂ ମେସିନ୍, ମୁଢି ତିଆରି ମେସିନ୍, ଖଲି ଦନା ତିଆରି ମେସିନ୍, ଚୌକି, ଏବଂ ଭର୍ମି-କମ୍ପୋଷ୍ଟ କିଟ୍ ରହିଛି। ଏହି ଅବସରରେ ଦେଓଗାଁ ଫରେଷ୍ଟ ରେଞ୍ଜର ରତନପୁର ଠାରେ ବନ ସୁରକ୍ଷା ସମିତିର ଏକ କୋଠାକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବଲାଙ୍ଗୀର ବନଖଣ୍ଡ ଅଧିକାରୀ ନୀତିଶ କୁମାର ଉଦଘାଟନ କରିଛନ୍ତି। ଏଥିରେ ସମ୍ମାନିତ ଅତିଥି ଭାବରେ ଦେଓଗାଁ ରେଞ୍ଜର ଆଲୋକ ମାଝୀ, ନୁଆଁ ରେଞ୍ଜର ଯୁଧିଷ୍ଠିର ଜାଲ, ଗାଇବାହାଲ ସରପଞ୍ଚ ତ୍ରିଲୋଚନ ନାଗ ଯୋଗ ଦେଇ ବନ ବିଭାଗର ବିଭିନ୍ନ କାର୍ୟ୍ୟକ୍ରମ ଉପରେ ଲୋକଙ୍କୁ ସଚେତନ କରିଥିଲେ। କାର୍ୟ୍ୟକ୍ରମ ପରିଚାଳନା ଫରେଷ୍ଟର ପିଙ୍କୁଭୋଇ,ମଧୁସୂଦନ ଚାନ୍ଦ,ବିଗ୍ନ ରାଜ ପୋଢ଼, ଫରେଷ୍ଟଗାର୍ଡ ବିପିନ ବିହାରୀ ଭୋଇ, ଯୁକ୍ତା ସାହାଣୀ, ସୁକାନ୍ତି ସରାପ, ରଜନୀକାନ୍ତ ମହାନ୍ତି, ନରେନ୍ଦ୍ର ବିଶ୍ୱାଳ , ଡାନିଏଲ ସୁନା, ଶ୍ରୀନିବାସ ଖେତି, ପ୍ରମୋଦ ଭୋଇ ଏବଂ ପାରା ଫରେଷ୍ଟ ଷ୍ଟାପ ଉପସ୍ଥିତ ଥିଲେ।

Comments are closed.