www.samajalive.in
Monday, December 15, 2025
16.1 C
Bhubaneswar

ଏସବୁ ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ, ହୋଇପାରେ ଡେଙ୍ଗୁ

ସମାଜ ଡିଜିଟାଲ ଡେସ୍କ:  ବର୍ଷା ଋତୁରେ ଡେଙ୍ଗୁ ହେବାର ଆଶଙ୍କା ଅଧିକ ରହିଥାଏ । ଏହି ସମୟରେ ବିଭିନ୍ନ ସ୍ଥାନରେ ଜମା ହୋଇଥିବା ପାଣି ଏଡିସ୍‍ ଏଜିପ୍ଟି ନାମକ ମଶାଙ୍କ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରେ । ଯାହା ଫଳରେ ଡେଙ୍ଗୁ ଭଳି ବିପଦଜନକ ଭାଇରସ୍‍ ସଂକ୍ରମଣ ହେବାର ଆଶଙ୍କା ବଢିବା ସମ୍ଭାବନା ରହିଛି ।
ଡେଙ୍ଗୁ କେବଳ ଉଚ୍ଚ ଜ୍ୱରର କାରଣ ହୁଏ ନାହିଁ, ବରଂ ଗମ୍ଭୀର କ୍ଷେତ୍ରରେ ଏହା ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯେପରିକି କିଡନୀ, ଯକୃତ, ଫୁସଫୁସ୍‍ ଏବଂ ହାର୍ଟକୁ ମଧ୍ୟ ଗଭୀର ଭାବରେ ପ୍ରଭାବିତ କରିପାରେ । ସମୟ ମଧ୍ୟରେ ଚିକିତ୍ସା ନକଲେ ଡେଙ୍ଗୁ ମାରାତ୍ମକ ମଧ୍ୟ ହୋଇପାରେ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଆକଳନ ଅନୁଯାୟୀ ପ୍ରତିବର୍ଷ ବିଶ୍ୱରେ ୧୦ରୁ ୪୦କୋଟି ଲୋକ ଡେଙ୍ଗୁରେ ଆକ୍ରାନ୍ତ ହେଉଛନ୍ତି । ଏଥିମଧ୍ୟରୁ ପ୍ରାୟ ୨୧,୦୦୦ ଲୋକଙ୍କର ମୃତ୍ୟୁ ହୁଏ । ସେହିପରି ନ୍ୟାସନାଲ ସେଣ୍ଟର ଫର୍‍ ଭେକ୍ଟର ବର୍ଣ୍ଣ ଡିଜିଜ୍‍ କଣ୍ଟ୍ରୋଲ୍‍ ଅନୁଯାୟୀ, ୨୦୨୪ମସିହାରେ ଭାରତରେ ମୋଟ ୨,୩୩,୫୧୯ଡେଙ୍ଗୁ ମାମଲା ପଞ୍ଜିକୃତ ହୋଇଥିଲା । ଏଥିମଧ୍ୟରୁ ୨୯୭ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରୁ ବୁଝାପଡୁଛି ଯେ ଡେଙ୍ଗୁ ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା । ତେବେ ଏଥିରୁ ରକ୍ଷା ପାଇବା ପାଇଁ ଲକ୍ଷଣ ପୂର୍ବରୁ ସତର୍କ ରହିବା ଜରୁରୀ ।
ବିଶେଷଜ୍ଞଙ୍କ ମତରେ ଡେଙ୍ଗୁର ଲକ୍ଷଣ ସାଧାରଣତଃ ସଂକ୍ରମଣର ୪ରୁ ୧୦ଦିନ ପରେ ଦେଖାଯାଏ । ଏହି ଲକ୍ଷଣଗୁଡିକ ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି ଏବଂ ସଂକ୍ରମଣର ଗମ୍ଭୀରତା ଉପରେ ନିର୍ଭର କରେ । ପ୍ରାୟତଃ ଲୋକମାନେ ପ୍ରଥମେ ଏହାକୁ ଏକ ସାଧାରଣ ଭାଇରାଲ୍‍ ଜ୍ୱର ଭାବି ଅଣଦେଖା କରନ୍ତି । ଯାହା ପରେ ଏକ ଗମ୍ଭୀର ରୂପ ନେଇପାରେ ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories