ହାଟଡ଼ିହି/କଟକ : ହାଟଡ଼ିହି ବ୍ଲକ ହାବଳେଶ୍ୱର ପଞ୍ଚାୟତ ଡ଼ିମିରିଆ ଗ୍ରାମର ଶଶିକାନ୍ତ ବାରିକଙ୍କ ପୁଅ ତ୍ରୈଲୋକ୍ୟ ବାରିକ (୩୨) ଡ଼େଙ୍ଗୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୪ତାରିଖରେ ତାଙ୍କର ମୃତ୍ୟୁ ହୋଇଛି। ତୈଲୋକ୍ୟଙ୍କୁ ଗୁରୁତର ଅବସ୍ଥାରେ ୨୨ତାରିଖରେ ଏସ୍ସିବି ଡେଙ୍ଗୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ତୈଲୋକ୍ୟଙ୍କୁ ପ୍ରଥମେ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହୋଇପଡିବାରୁ ତାଙ୍କୁ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଥିଲା।
ପାରିବାରିକ ଅଶାନ୍ତି ଯୋଗୁଁ ତ୍ରୈଲୋକ୍ୟ ଘର ଛାଡ଼ି ଆନ୍ଧ୍ରର ବିଜୟାନଗରମ୍ର ଏକ କମ୍ପାନୀରେ କାମ କରୁଥିଲେ। ସେଠାରେ ତାଙ୍କୁ କିଛିଦିନ ପୂର୍ବରୁ ଜ୍ୱର ହୋଇଥିଲା। ତେବେ ଜ୍ୱର ନଛାଡ଼ିବାରୁ ସେ ୧୭ା୬ା୨୦୧୮ରେ ଘରକୁ ପଳାଇ ଆସିଥିଲେ। ପରେ ୨୨ରେ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କର ୨୪ ତାରିଖ ବିଳମ୍ବିତ ରାତ୍ରିରେ ମୃତ୍ୟୁ ହୋଇଯାଇଛି। ଏ ଖବର ପାଇ ଶାଳନିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମାନସରଂଜନ ସାହୁ, ଶୁଭେନ୍ଦୁ କୁମାର ପୁହାଣ, କାଶୀନାଥ ମୁଦୁଲି ପ୍ରମୁଖ ତ୍ରୈଲୋକ୍ୟଙ୍କ ଘରେ ପହଞ୍ଚି ତଦନ୍ତ ଚଳାଇଥିଲେ। ତାଙ୍କ ମୃତ୍ୟୁରେ ଏଠାରେ ଶୋକର ଛାୟା ଖେଳିଯାଇଛି।
ଏସ୍ସିବିରେ ଡେଙ୍ଗୁରୋଗୀଙ୍କ ମୃତ୍ୟୁ
Popular Categories



