ଭଙ୍ଗା ଯାଇଥିବା ମଦ୍ରାସାଗୁଡ଼ିକ ଅଲ କାଏଦା କାର୍ଯ୍ୟାଳୟ ଥିଲା – ଆସାମ ମୁଖ୍ୟମନ୍ତ୍ରୀ

ଡେସ୍କ: ଆସାମର ଗୋଲପାରା ଜିଲ୍ଲାର ମଦ୍ରାସାଗୁଡିକ ଭାଙ୍ଗିବାର ଗୋଟିଏ ଦିନ ପରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ଭଙ୍ଗା ଯାଇଥିବା ମଦ୍ରାସାଗୁଡିକ ମଦ୍ରାସା ନୁହେଁ ବରଂ ଅଲ-କାଏଦା କାର୍ଯ୍ୟାଳୟ ଥିଲା। ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, “ଭଙ୍ଗା ଯାଇଥିବା ସମସ୍ତ ମଦ୍ରାସା, ମଦ୍ରାସା ନୁହେଁ ବରଂ ଅଲ କାଏଦା କାର୍ଯ୍ୟାଳୟ। ଆମେ ୨-୩କୁ ଭାଙ୍ଗି ଦେଇଛୁ ଏବଂ ବର୍ତ୍ତମାନ ଜନସାଧାରଣ ଅନ୍ୟଗୁଡିକୁ ଭାଙ୍ଗିବାକୁ ଆସୁଛନ୍ତି। ମୁସଲମାନ ସମ୍ପ୍ରଦାୟ ଏହାକୁ ଭାଙ୍ଗିବାକୁ ଆସୁଛନ୍ତି ବୋଲି ସେ କହିଛନ୍ତି। ଯେଉଁ ମଦ୍ରାସାରେ ଅଲ କାଏଦାର କାର୍ଯ୍ୟ କରାଯାଇଥାଏ, ତାହା ମଦ୍ରାସାର ନୀତି ଓ ଆଦର୍ଶର ବିରୁଦ୍ଧାଚରଣ କରେ ବୋଲି ମୁସଲମାନ ସମ୍ପ୍ରଦାୟର ବକ୍ତବ୍ୟକୁ ଉଦ୍ଧାର କରି ମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା କହିଛନ୍ତି।

ଆସାମର ଗୋଲପାରା ଜିଲ୍ଲାର ପାଖୁରିଆ ଚାରର ସ୍ଥାନୀୟ ବାସିନ୍ଦା ମଙ୍ଗଳବାର ଦିନ ଦେଶ ବିରୋଧୀ କାର୍ଯ୍ୟକଳାପରେ ଜଡୀତ ଏକ ମଦ୍ରାସା ଭାଙ୍ଗିବା ପରେ ମୁଖ୍ୟମନ୍ତ୍ରୀ ଏହି ବିବୃତ୍ତି ଦେଇଛନ୍ତି। ଏହି କାର୍ଯ୍ୟକଳାପରେ ଜଣେ ଧର୍ମଗୁରୁ ଜଡିତ ଥିବା ବିଷୟ ଜଣାପଡିଛି।

ଗୋଲପାରା ପୁଲିସ ଏସପି କହିଛନ୍ତି ଯେ ସ୍ଥାନୀୟ ଲୋକମାନେ ଏକ ମଦ୍ରାସା ଭାଙ୍ଗିବା ପାଇଁ ପଦକ୍ଷେପ ନେଇଥିଲେ। ଏଥିରେ ସରକାର ସାମିଲ ନଥିଲେ। ଗିରଫ ହୋଇଥିବା ଜିହାଦି ମଦ୍ରାସାର ଜଣେ ଶିକ୍ଷକ ବୋଲି ଜାଣିବା ପରେ ସେମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ଲୋକମାନେ ଜିହାଦି କାର୍ଯ୍ୟକଳାପକୁ ସମର୍ଥନ କରୁନାହାଁନ୍ତି ବୋଲି ଏକ ଦୃଢ଼ ବାର୍ତ୍ତା ଦେଇଛନ୍ତି।

Comments are closed.