www.samajalive.in
Saturday, December 6, 2025
15.1 C
Bhubaneswar

ନିଯୁକ୍ତି ଦାବିରେ ବଡମାଳ ବିସ୍ଥାପିତଙ୍କ ଅନଶନ

ବଲାଙ୍ଗିର: ବଲାଙ୍ଗିର ଜିଲା ବଡମାଳ ଠାରେ ୧୯୮୪ରେ ପ୍ରତିଷ୍ଠା ହୋଇଥିବା ଗୋଳାବାରୁଦ କାରଖାନା ବିସ୍ଥାପିତଙ୍କ ଦୁଃଖ ସରୁନି। ଇତି ମଧ୍ୟରେ କାରଖାନା ପ୍ରତିଷ୍ଠାର ୩୬ ବର୍ଷ ବିତି ଯାଇଥିବା ବେଳେ ଅଦ୍ୟାବଧି ବିସ୍ଥାପିତଙ୍କୁ ନିଯୁକ୍ତି ସୁଯୋଗ ମିଳିନଥିବା ଅଭିଯୋଗ ହୋଇଛି। ଏନେଇ କାରଖାନାର ଗେଟ ନଂ ୧ ସମ୍ମୁଖରେ ବିସ୍ଥାପିତ ପରିବାରର ବନମାଲି ନାଏକ, ଶ୍ରୀକର ମାଝୀ, ବଲରାମ ପୋଢ, ଠାକୁର ମିର୍ଦ୍ଧା, ଅଲେଖ ମାଝୀ ଆଜି ଠାରୁ ଅନଶନ ଆରମ୍ଭ କରିଛନ୍ତି। ବିସ୍ଥାପିତଙ୍କ ହକ ନେଇ ଦୀର୍ଘ ୨୫ ବର୍ଷ ଧରି ଏଅଞ୍ଚଳରେ ସଂଗ୍ରାମ କରିଆସିଥିବା ସମାଜସେବୀ ରାଜୁ ନାୟକ ଧାରଣାରେ ଯୋଗଦେଇଛନ୍ତି। ଏନେଇ ବିସ୍ଥାପିତଙ୍କ ଅଭିଯୋଗ ଯେ ସେମାନଙ୍କ ସମସ୍ତ ଦାବି ଯୁକ୍ତିଯୁକ୍ତ ଥିବା ବେଳେ କାରଖାନା ପ୍ରଶାସନ ନିଯୁକ୍ତିକୁ ଅଣଦେଖା କରିଚାଲିଛନ୍ତି।

ସଦ୍ୟ ଘଟଣା କ୍ରମରେ ବଲାଙ୍ଗିର ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଟିଟିଲାଗଡ ଉପଜିଲାପାଳ ତଦନ୍ତ ପରେ ତାଙ୍କ ପତ୍ର ସଂଖ୍ୟା ୫୧ ତା. ୧୮.୩.୨୦ରେ ୫ ବିସ୍ଥାପିତଙ୍କ ଦାବି ନ୍ୟାୟୋଚିତ ଥିବା ନେଇ ନିଯୁକ୍ତି ସୁପାରିଶ କରିଛନ୍ତି। ଏହା ସତ୍ୱେ କାରଖାନା ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗରେ ବିସ୍ଥାପିତ ଆନ୍ଦୋଳନ ଆରମ୍ଭ କରିଥିଲେ। ୨୯ ଅକ୍ଟୋବର ୧୯୮୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ଏହାର ଭିତ୍ତି ପ୍ରସ୍ଥର ସ୍ଥାପନ ସହ ରଖିବା ସହ ବିସ୍ଥାପିତ ଏବଂ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଦିଆଯିବ ବୋଲି ଘୋଷଣା କରିଥିଲେ। ଏପରିକି ୧୦୩୦ ବିସ୍ଥାପିତ ପରିବାରଙ୍କୁ ଏ କାର୍ଡ ଏବଂ ଅନ୍ୟ ୬୩୪ ବିସ୍ଥାପିତ ପରିବାରଙ୍କୁ ବି କାର୍ଡ ଆଦି ପ୍ରକାର ଭେଦ ନେଇ ଅନେକ ସମୟରେ ଆନ୍ଦୋଳନ ଦାନା ବାନ୍ଧୁଛି। ଏ କାର୍ଡ ପାଇଥିବା ୧୦୩୦ ପରିବାରଙ୍କ ମଧ୍ୟରୁ ଏକ ହଜାର ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣାଯାଇଛି। ଅନ୍ୟପକ୍ଷରେ ବିସ୍ଥାପିତଙ୍କ କୌଣସି ପ୍ରକାର ଭେଦ ନକରି ସମସ୍ତ ବିସ୍ଥାପିତଙ୍କୁ ନିଯୁକ୍ତି ପ୍ରଦାନ ନେଇ ନ୍ୟାୟାଳୟର ଆଦେଶ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଆସୁଛି।

- Advertisement -

ଅନୁନ୍ନତ କେବେକି ଅଂଚଳ ବଲାଙ୍ଗିର ଜିଲାରେ ଏକ ମାତ୍ର ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହେବା ନେଇ ସ୍ଥାନୀୟ ବେକାର ଶିକ୍ଷିତ ଯୁବକ ଯୁବତୀ ଚାକିରି ସୁଯୋଗ ପାଇବା ଆଶା ରଖିଥିଲେ। ହେଲେ କାରଖାନାରେ ନିଯୁକ୍ତି ନେଇ ଜାତୀୟ ସ୍ତରରେ ପ୍ରାର୍ଥୀ ଆହ୍ୱାନ କରାଯାଉଥିବା ନେଇ ସ୍ଥାନୀୟ ଯୁବକ ଆଶା ହରାଇଛନ୍ତି। ତେବେ ଆନ୍ଦୋଳନ ସ୍ଥଳକୁ କାରଖାନାର ପ୍ରଶାସନିକ ପ୍ରତିନିଧି ଆସି ବୁଝାଶୁଝା ସହ ଖୁବ ଶୀଘ୍ର ନିଯୁକ୍ତି ନେଇ ନିଷ୍ପତି ଗ୍ରହଣ କରାଯିବ ବୋଲି ପ୍ରତିଶୃତି ପରେ ଆନ୍ଦୋଳନକୁ ସାମୟିକ ଭାବରେ ପ୍ରତ୍ୟାହାର କରାଯାଇଥିବା ସମାଜସେବୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ଶିଲ୍ପ ବିହୀନ ବଲାଙ୍ଗିର ଜିଲାରେ ଆଶା ସଂଚାର କରିଥିବା ଗୋଳାବାରୁଦ କାରଖାନା ସ୍ଥାନୀୟ ନିଯୁକ୍ତି କ୍ଷେତ୍ରରେ ବିଫଳ ହେବା ବୁଦ୍ଧିଜୀବୀ ମହଲରେ ନିରାଶା ଖେଳିଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories