www.samajalive.in
Saturday, December 6, 2025
14.1 C
Bhubaneswar

ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀରେ ସ୍ଥିତି ବେହାଲ: ଡ୍ରେନରେ ପଡ଼ି ୨ ମୃତ, ଆଜି ସବୁ ସ୍କୁଲ ଛୁଟି ଘୋଷଣା

ନୂଆଦିଲ୍ଲୀ: ଲଗାଣ ବର୍ଷାରେ ଉବୁଡୁବୁ ଦିଲ୍ଲୀ। ବିଭିନ୍ନ ଅଞ୍ଚଳ ଜଳବନ୍ଦୀ। ରାସ୍ତାରେ ଲହଡି ମାରୁଛି ବର୍ଷା ପାଣି। ରାଜଧାନୀର ପ୍ରମୂଖ ରାସ୍ତା ନଦୀର ଭ୍ରମ ସୃଷ୍ଟି କରୁଛି। ପୂର୍ବଦିଲ୍ଲୀ ଗାଜିପୁରରେ ଡ୍ରେନରେ ପଡି ଜଣେ ମହିଳା ଓ ଶିଶୁଙ୍କର ମୃତ୍ୟୁ ହୋଇଛି। ସେହିପରି ସବଜିମଣ୍ଡି ଅଂଚଳରେ ଗୋଟିଏ ଦୋକାନ ଭୁଶୁଡ଼ିପଡ଼ିବାରୁ ଜଣେ ଆହତ ହୋଇଛନ୍ତି । ବୁଧବାରଠାରୁ ଦିଲ୍ଲୀରେ ଲଗାଣ ବର୍ଷା ଜାରି ରହିଛି। ରାତି ସାରା ବର୍ଷା ହୋଇଥିଲା। ଫଳରେ ବେହାଲ ହୋଇଛି ଦେଶର ରାଜଧାନୀ। ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ଜାମ୍ ହୋଇଛି। ଅତି ଭୀଷଣ ବର୍ଷା ନେଇ ଆଜି ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏହାକୁ ଦୃଷ୍ଟିରେ ରଖି ଆଜି ଦିଲ୍ଲୀ​‌ରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ସେପଟେ ବର୍ଷା ଯୋଗୁଁ ଜୟପୁର ଯିବାକୁ ଥିବା ୮ଟି ବିମାନ ଓ ଲକ୍ଷ୍ନୌ ଯିବାକୁ ଥିବା ୨ଟି ବିମାନକୁ ବାତିଲ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories