www.samajalive.in
Saturday, December 6, 2025
15.1 C
Bhubaneswar

ଦିଲ୍ଲୀ ହିଂସାରେ ଆଇଏସଆଇଏସ୍ ସଂପୃକ୍ତି ସନ୍ଦେହ, ଜାମିଆ ନଗରରୁ ସନ୍ଦିଗ୍ଧ ଦମ୍ପତି ଗିରଫ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ଗତ ତିନିମାସ ଧରି ଚାଲିଥିବା ହିଂସା ପଛରେ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ୍ ସଂପୃକ୍ତି ଥିବା ସନ୍ଦେହ କରୁଛି ଦିଲ୍ଲୀ ପୁଲିସ। ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ରବିବାର ଜାମିଆ ନଗରରୁ ସନ୍ଦିଗ୍ଧ ଦମ୍ପତିଙ୍କୁ ଗିରଫ କରିବା ପରେ ହିଂସାରେ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ୍ ଲିଙ୍କ ଥିବା ଆକଳନ କରିଛି। ଗିରଫ ହୋଇଥିବା ଦମ୍ପତି ହେଉଛନ୍ତି ଜାହାନେଜ (ସ୍ୱାମୀ) ଏବଂ ହିନା (ପତ୍ନୀ) । ଏହି ଦମ୍ପତି ଏକ ବର୍ଷହେବ ଜାମ୍ମୁ କାଶ୍ମୀରରୁ ଆସି ଦିଲ୍ଲୀର ଏକ ଘରୋଇ କମ୍ପାନୀରେ କାର୍ୟ୍ୟକରୁଥିଲେ। ଏହି ଦମ୍ପତିଙ୍କ ପାଖରୁ ପୁଲିସ ଲୋକଙ୍କୁ ଉସକାଇଲା ଭଳି ପୁସ୍ତକ ଏବଂ ବହୁ ଆପତ୍ତିଜନକ ପ୍ରବନ୍ଧ ଜବଦ କରଛି।

ଗିରଫ ଉଭୟ ଅଭିଯୁକ୍ତ ଦୀର୍ଘ ଦିନ ଧରି ଆଇଏସଆଇଏସ ଖୋରାସାନ ମଡ୍ୟୁଲ ସହ ଜଡିତ। ଖୋରାସାନ ମଡ୍ୟୁଲ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ଏକ ଅଶଂ ଅଟେ। ଉଭୟ ଅଭିଯୁକ୍ତ ଶାହିନ୍ ବାଗ ଏବଂ ଜାମିଆର ଯୁବକମାନଙ୍କୁ ସିଏଏ ଏବଂ ଏନଆରସି ବିରୋଧରେ ଏକଜୁଟ ହେବାକୁ ପ୍ରେରିତ କରୁଥିଲେ। ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ସିଏଏ, ଏନଆରସି ବିରୋଧୀ ଲୋକଙ୍କୁ ଏକଜୁଟ କରୁଥିଲେ।
ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତମାନେ ସୋସିଆଲ ମିଡିଆ ଜରିଆରେ ଆଇଏସଆଇଏସ୍ ଆତଙ୍କବାଦୀଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଲେ। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ଏକ ଗୁପ୍ତସ୍ଥାନରେ ରଖାଯାଇ ପଚରାଉଚୁରା କରାଯାଉଛି। ଦମ୍ପତିଙ୍କୁ ପଚରାଉଚରା ପରେ ଅନେକ ସ୍ଥାନରେ ଚଢଉ ମଧ୍ୟ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories