www.samajalive.in
Monday, December 15, 2025
15.1 C
Bhubaneswar

ପତ୍ନୀ ବିକ୍ରି ଉଦ୍ୟମ:କ୍ରେତା ସାଜିଲା ପୁଲିସ

ନୂଆଦିଲ୍ଲୀ: ନିଜ ପତ୍ନୀକୁ ଜିବି ରୋଡ଼ ସ୍ଥିତ ରେଡ ଲାଇଟ ଅଞ୍ଚଳରେ ବିକ୍ରି କରିବାକୁ ଯାଇ ଜନୈକ ସ୍ୱାମୀ ପୁଲିସ ହାତରେ ଗିରଫ ହୋଇଛି। ବ୍ୟକ୍ତିଜଣକ ପାନିପଥରୁ ଦିଲ୍ଲୀକୁ ନିଜ ପତ୍ନୀକୁ ବିକ୍ରି କରିବାକୁ ଆଣିଥିଲେ। ତେବେ ବିଫଳ ହେବାରୁ ଶେଷରେ ପତ୍ନୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏଭଳି ଘଟଣା ସମ୍ପର୍କରେ କମଲା ରୋଡ଼ ସ୍ଥିତ ଥାନା ପୁଲିସକୁ ଜଣେ ସୂଚନାଦାତାଙ୍କ ମାଧ୍ୟମରେ ମିଳିଥିଲା। ଖବର ପାଇ ପୁଲିସ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
୨୩ ବର୍ଷିୟ ସଦ୍ଦାମ ନାମକ ବ୍ୟକ୍ତି ମିଛ କହି ଦ୍ୱିତୀୟ ବିବାହ କରିଥିଲେ। ବିବାହ ପରେ ଦ୍ୱିତୀୟ ପତ୍ନୀଙ୍କୁ ଦୂରେଇବା ପାଇଁ ବିକ୍ରି କରିବାକୁ ଉଦ୍ୟମ କରିଥିଲେ। ଦିଲ୍ଲୀରେ ଜଣେ ସମ୍ପର୍କୀୟଙ୍କ ଘରକୁ ଯିବା ବାହାନାରେ ବ୍ୟକ୍ତିଜଣକ ଉକ୍ତ ମହିଳାଙ୍କୁ ନେଇ ଜିବି ରୋଡ୍‍ର ରେଡ୍‍ ଲାଇଟ ଅଞ୍ଚଳକୁ ଆସିଥିଲେ। ତେବେ ଏହି ଘଟଣା ପୁଲିସ ପାଖରେ ପହଞ୍ôଚ ଯାଇଥିଲା। ଫଳରେ ପୁଲିସ ପକ୍ଷରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ସାଧା ପୋଷାକରେ କେତେକ ପୁଲିସ ନିଜକୁ ରେଡ ଲାଇଟ ଅଞ୍ଚଳର ଦଲାଲ ପରିଚୟ ଦେଇ ସଦ୍ଦାମଙ୍କ ସହ ପରିଚୟ କରିଥିଲେ। ୧ଲକ୍ଷ ୨୦ହଜାର ଟଙ୍କାରେ ସଦ୍ଦାମ ତାଙ୍କ ପତ୍ନୀଙ୍କୁ ବିକ୍ରି କରିବାକୁ ରାଜି ହୋଇଯାଇଥିଲେ। ଟଙ୍କା ନେବା ଦିନ ସାଧା ପୋଷାକରେ ଥିବା ପୁଲିସ ସଦ୍ଦାମଙ୍କ ଦିଲ୍ଲୀ ଠିକଣାରେ ପହଞ୍ôଚ ତାଙ୍କୁ ଗିରଫ କରିଥିଲେ। ସଦ୍ଦାମଙ୍କ ନିକଟରୁ ଏକ ଧାରୁଆ ଛୁରୀ ମଧ୍ୟ ପୁଲିସ ଜବତ କରିଛି। ପତ୍ନୀଙ୍କୁ ବିକ୍ରି କରି ପରି ନ ଥିଲେ ଶେଷରେ ତାଙ୍କୁ ହତ୍ୟା କରିବାକୁ ଚକ୍ରାନ୍ତ କରିଥିଲା ସଦ୍ଦାମ। ଦ୍ୱିତୀୟ ବିବାହ କରିବା ପରେ ଉଭୟ ପତ୍ନୀଙ୍କ ମଧ୍ୟରେ ପ୍ରତି ଦିନ ଲାଗୁଥିବା ଝଗଡ଼ା ହେତୁ ଏଭଳି ପଦକ୍ଷେପ ନେଇଥିବା ସଦ୍ଦାମ ପୁଲିସ ଆଗରେ ସ୍ୱୀକାର କରିଛି। ପ୍ରଥମ ପତ୍ନୀ ମୋଟା ବୋଲି ଦ୍ୱିତୀୟ ବିବାହ କରିଥିଲେ ସଦ୍ଦାମ। ତେବେ ମିଛ କହି ଦ୍ୱିତୀୟ ବିବାହ କରିଥିବାରୁ ଦ୍ୱିତୀୟ ପତ୍ନୀ ପ୍ରତିଦିନ ଘରେ ଝଗଡ଼ା କରୁଥିଲେ। ତେଣୁ ବାଧ୍ୟ ହୋଇ ତାଙ୍କୁ ରାସ୍ତାରୁ ହଟାଇ ଦେବାକୁ ଏଭଳି ପରିକଳ୍ପନା କରିଥିବା ସଦ୍ଦାମ ପୁଲିସ ଆଗରେ ସ୍ୱୀକାର କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories