www.samajalive.in
Sunday, December 14, 2025
14.1 C
Bhubaneswar

ଦିଲ୍ଲୀ ନୀଳାଚଳ ସେବା ସଂଘର ନୂଆ କର୍ମକର୍ତ୍ତା ନିର୍ବାଚନ

ନୂଆଦିଲ୍ଲୀ, : ନୂଆଦିଲ୍ଲୀର ପ୍ରମୁଖ ସାଂସ୍କୃତିକ ଓ ଧାର୍ମିକ ଅନୁଷ୍ଠାନ ଶ୍ରୀ ନୀଳାଚଳ ସେବା ସଂଘର ନିକଟରେ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଂଘ ୧୯୬୭ ମସିହାଠାରୁ ଜାତୀୟ ରାଜଧାନୀର ହାଉଜଖାସସ୍ଥିତ ଜଗନ୍ନାଥ ମନ୍ଦିରର ପରିଚାଳନା ଦାୟିତ୍ୱ ନିର୍ବାହ କରିଆସୁଛି । ସଂଘର ବିଭିନ୍ନ ପଦ, ପଦବୀ ପାଇଁ ନଅ ଜଣ ଓ କାର୍ଯ୍ୟକାରୀ କମିଟି ପାଇଁ ୧୬ଜଣ ସଦସ୍ୟ ଆସନ୍ତା ୩ ବର୍ଷ ପାଇଁ ନିର୍ବାଚିତ ହୋଇଥିବା ଜଣାଯାଇଛି । ନବ ନିର୍ବାଚିତ କାର୍ଯ୍ୟକର୍ତ୍ତାମାନେ ୨୦୨୫ ମସିହା ପର୍ଯ୍ୟନ୍ତ ସେମାନଙ୍କର କାର୍ଯ୍ୟ ଭାର ତୁଲାଇବେ । ସମସ୍ତ ପଦାଧିକାରୀମାନେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବାବେଳେ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ କ୍ଷେତ୍ରରେ ତୀବ୍ର ପ୍ରତିଦ୍ୱନ୍ଦିତା ହୋଇଥିବା ଲକ୍ଷ କରାଯାଇଥିଲା ।
ରବୀନ୍ଦ୍ରନାଥ ପ୍ରଧାନ ଶ୍ରୀ ନୀଳାଚଳ ସେବା ସଂଘର ସମ୍ପାଦକ ପଦରେ କ୍ରମାଗତ ଭାବରେ ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ । ଶ୍ରୀ ପ୍ରଧାନ ମନ୍ଦିର ପରିଚାଳନାର ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ୨୦୧୨ ମସିହାରୁ କାର୍ଯ୍ୟ କରିଆସୁଛନ୍ତି । ବର୍ତ୍ତମାନର କାର୍ଯ୍ୟନିର୍ବାହୀ ସଭାପତି ବିଘ୍ନେଶ୍ୱର ରାଉତ, ସଂଘର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ତିନିଜଣିଆ ଉପ-ସଭାପତି ପଦବୀରେ ଯଥାକ୍ରମେ ଗଜେନ୍ଦ୍ର ପ୍ରସାଦ ସାମନ୍ତ, କ୍ଷୀରୋଦ ଚନ୍ଦ୍ର ପାତ୍ର ଏବଂ ରାମଚନ୍ଦ୍ର ଦାସ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ସଂଘର ତିନି ନୂଆ ଯୁଗ୍ମ ସମ୍ପାଦକ ଭାବରେ ଅଭୟ କୁମାର ପ୍ରଧାନ, ଅଶୋକ କୁମାର ପ୍ରଧାନ ଏବଂ ଦିଲ୍ଲୀପ କୁମାର ସ୍ୱାଇଁ ବିଜୟୀ ଘୋଷିତ ହୋଇଛନ୍ତି । ବର୍ତ୍ତମାନର କୋଷାଧ୍ୟକ୍ଷ ପଙ୍କଜ ମହାନ୍ତି ପୁର୍ନବାର କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି ।
ନିର୍ବାଚନରେ ଜୟଯୁକ୍ତ ହୋଇଥିବା ୧୬ଜଣ କାର୍ଯ୍ୟକାରୀ କମିଟି ସଦସ୍ୟଙ୍କ ମଧ୍ୟରେ ଅଜୟ ପ୍ରଧାନ, ଅଭିରାମ ସୂତାର, ଅଶୋକ କୁମାର ପ୍ରଧାନ, ସୁକାନ୍ତ କୁମାର ସାହୁ, ଅମୂଲ୍ୟ କୁମାର ଓଝା, ରଙ୍କନିଧି ସାହୁ, ନିଷିଦ୍ଧ କୁମାର ଦାସ, ବିଜୟ କୁମାର ସାହୁ, କିଶୋର ଚନ୍ଦ୍ର ସାମଲ, ଜୀତେନ୍ଦ୍ର କୁମାର ମହାପାତ୍ର, ସୁମିତ୍ରା ଜେନା, ସୁରଜ ନାୟକ, ଦିବାକର ଖୁଣ୍ଟିଆ, ଅଶୋକ କୁମାର ନାୟକ, ଦିଲ୍ଲୀପ କୁମାର ରାଉତ ଏବଂ ପ୍ରଦୀପ ସ୍ୱାଇଁ ପ୍ରମୁଖ ଅନ୍ତର୍ଭୁକ୍ତ ଥିବା ଜଣାଯାଇଛି ।
ସୁପ୍ରିମକୋର୍ଟର ବିଶିଷ୍ଟ ଆଇନଜୀବୀ ଏବଂ ୱାର୍ଲଡ୍‍ ଓଡ଼ିଶା ସୋସାଇଟିର ଆନ୍ତର୍ଜାତିକ ଆଇନ ପରାମର୍ଶଦାତା ଅବନୀ କୁମାର ସାହୁଙ୍କର ତତ୍ତ୍ୱାବଧାନରେ ନିର୍ବାଚନ ସୁରୁଖୁରୁରେ ସମ୍ପନ୍ନ ହେବା ପରେ ଶ୍ରୀ ସାହୁ ବିଧିବଦ୍ଧ ଭାବେ ଫଳାଫଳ ଘୋଷଣା କରିଥିବା ମନ୍ଦିର ତରଫରୁ ସୂଚନା ଦିଆଯାଇଛି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories