www.samajalive.in
Sunday, December 14, 2025
14.1 C
Bhubaneswar

ଗଣମାଧ୍ୟମ ସୂଚନା ପ୍ରବାହ ସହିତ ସାଂସ୍କୃତିକ ଅଭିବ୍ୟକ୍ତି ବୃଦ୍ଧି କରିଛି: ପ୍ରଫେସର ସବିତା ଆଚାର୍ଯ୍ୟ

ଭୁବନେଶ୍ୱର: ଆମର ଦୈନଦିନ ଜୀବନର ସାଂସ୍କୃତିକ ଅଭ୍ୟାସ ବିସ୍ତାର କରିବାରେ ଗଣମାଧ୍ୟମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହା ଆମ ସଂସ୍କୃତିର ଆଦର୍ଶ ଏବଂ ମୂଲ୍ୟବୋଧକୁ ପ୍ରତିଫଳିତ କରିବା ସହ ଆମର ପସନ୍ଦକୁ ବ୍ୟାପକ କରିଛି। ଗଣମାଧ୍ୟମ ସୂଚନା ପ୍ରବାହ ସହିତ ସାଂସ୍କୃତିକ ଅଭିବ୍ୟକ୍ତି ବୃଦ୍ଧି କରିଛି ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ ଆଜି ଷଷ୍ଠ ଜାତୀୟ ମିଡ଼ିଆ ସମ୍ମେଳନକୁ ଉଦଘାଟନ କରିବା ଅବସରରେ ମତବ୍ୟକ୍ତ କରିଛନ୍ତି।
କିଟ ବିଶ୍ବବିଦ୍ୟାଳୟ ପ୍ରେଖ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ କହିଛନ୍ତି ଯେ ସାଂସ୍କୃତିକ ମୂଲ୍ୟବୋଧ ମଧ୍ୟ ଗଣମାଧ୍ୟମର ବାର୍ତ୍ତା ତିଆରି କରେ। ଲୋକମାନେ ଗଣମାଧ୍ୟମ ମାଧ୍ୟମରେ ସାଂସ୍କୃତିକ ପରିଚୟ ସୃଷ୍ଟି ଏବଂ ଏହାର ପ୍ରଚାର ଓ ପ୍ରସାର କରିଥାନ୍ତି ବୋଲି  କୁଳପତି କହିଛନ୍ତି।

ଚଳିତ ବର୍ଷର ବିଷୟବସ୍ତୁ ‘ଗଣମଧ୍ୟମ ଓ ସଂସ୍କୃତି’ ଉପସ୍ଥାପନ କରି ସଂସ୍କୃତି ମନ୍ତ୍ରଣାଳୟର ପରାମର୍ଶଦାତା ଏସ.ସି ବର୍ମା କହିଛନ୍ତି ଯେ କେନ୍ଦ୍ର ସରକାର ଦେଶର ସାଂସ୍କୃତିକ ଐତିହକୁ ସାରା ବିଶ୍ୱରେ ପ୍ରଚାର କରିବା ସହିତ ଏହାର ସୁରକ୍ଷା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ସାଂସ୍କୃତିକ ଯୋଗାଯୋଗ ପାଇଁ ସ୍ୱାଧୀନ ଗଣମାଧ୍ୟମ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ବୋଲି ସେ କହିଛନ୍ତି। ମଣିପାଲ୍ ସ୍କୁଲ ଅଫ୍ କମ୍ୟୁନିକେସନର ପ୍ରଫେସର ବି.ପି. ସଞ୍ଜୟ ଓ କନ୍ସୋର୍ଟିୟମ୍ ଫର୍ ଏଜୁକେସନାଲ୍ କମ୍ୟୁନିକେସନ୍ (ସିଇସି)ର ଅତିରିକ୍ତ ନିର୍ଦ୍ଦେଶକ ରଜନୀଶ ଶ୍ରୀବାସ୍ତବ ସାମାଜିକ ଗଣମାଧ୍ୟମ ଏବଂ ଡିଜିଟାଲ୍ ସଂସ୍କୃତିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

- Advertisement -

କନକ୍ଲେଭ ଅଧକ୍ଷ ତଥା ଆଇଏମଏସର ନିର୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢ଼ୀ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲାବେଳେ ଆଇଏମ୍ଏସର ସହକାରୀ ପ୍ରଫେସର ମନୋରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ବୈଷୟିକ ଅଧିବେଶନରେ ପୂର୍ବତନ ପ୍ରଶାସକ ଏସକେ ନନ୍ଦ, ବିଶ୍ୱ ଭାରତୀ ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ପ୍ରଫେସର ବିପ୍ଳବ ଲୋହ ଚୌଧୁରୀ, ଆନ୍ନା ବିଶ୍ୱବିଦ୍ୟାଳୟର ଡକ୍ଟର ଆଇ. ଅରୁଲ ଆରାମ ଏବଂ ସହକାରୀ ପ୍ରଫେସର ଡକ୍ଟର ଅମୃତା ଚକ୍ରବର୍ତ୍ତୀ ସାଂସ୍କୃତିକ ବହୁଳତା ଓ ବିଭିଦତା ଉପରେ ବିତର୍କ କରିଥିଲେ।
ସୋସିଆଲ ମିଡିଆ, ଦକ୍ଷ ଭାରତ, ସଶକ୍ତିକରଣ ଏବଂ ଡିଜିଟାଲ ସଂସ୍କୃତି ଉପରେ ଦ୍ୱିତୀୟ ଅଧିବେଶନରେ ପୂର୍ବତନ ୟୁଜିସି ପ୍ରଫେସର ତଥା ତ୍ରିପୁରା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଭିଏଲ ଧାରୁକର, ୱକ୍ସସେନ୍ ବିଶ୍ୱବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ତଥା ସ୍କୁଲ୍ ଅଫ୍ ଲିବରାଲ୍ ଆର୍ଟ ଆଣ୍ଡ ହ୍ୟୁମାନିଟିଜର କାର୍ୟ୍ୟକାରୀ ଡିନ ସତ୍ୟ ପ୍ରସାଦ, ଇଣ୍ଡିଆନ୍ କାଉନସିଲ୍ ଅଫ୍ ସୋସିଆଲ୍ ସାଇନ୍ସ ରିସର୍ଚ୍ଚ (ଆଇସିଏସଆର)ର ଉପ ନିର୍ଦେଶକ ଡକ୍ଟର ରିଚା ଶର୍ମା, ପାରାଦୀପ ଫସଫେଟ୍ସ ଲିମିଟେଡ୍ (ପିପିଏଲ୍) ର କର୍ପୋରେଟ୍ ବ୍ୟାପାର ମୁଖ୍ୟ ସୁଧୀ ରଞ୍ଜନ ମିଶ୍ର ଏବଂ ଆମିଟି ବିଶ୍ୱବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ଡକ୍ଟର ରୋମିକା ଭଟ୍ଟ ତାଙ୍କର ବହୁ ମୂଲ୍ୟ ମତାମତ ରଖିଥିଲେ।

ଏହି ତିନିଦିନିଆ କନକ୍ଳେଭ ସ୍ଥାନୀୟ ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ (ଆଇଏମ୍ଏସ୍), ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ କନ୍ସୋର୍ଟିୟମ୍ ଫର୍ ଏଜୁକେସନାଲ୍ କମ୍ୟୁନିକେସନ୍ (ସିଇସି)ର ମିଳିତ ସହଯୋଗରେ ଆୟୋଜିତ ହେଉଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ଆସନ୍ତାକାଲି ପାଞ୍ଚଟି ସମାନ୍ତରାଳ ଅଧିବେଶନ ଅନୁଷ୍ଠିତ ହେବ ଏବଂ ଏଥିରେ ୮୦ରୁ ଉର୍ଦ୍ଧ ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପିତ ହେବାର କାର୍ୟ୍ୟକ୍ରମ ରହିଛି ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories