www.samajalive.in
Friday, December 5, 2025
20.1 C
Bhubaneswar

ୱାଇଜମ୍ୟାନ ଇଣ୍ଟରନ୍ୟାସନାଲ ଆଞ୍ଚଳିକ କାଉନସିଲ ବୈଠକ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଏକ ଘରୋଇ ହୋଟେଲରେ ମିଳିତ ଜାତିସଙ୍ଘ ସହବନ୍ଧିତ ଅନୁଷ୍ଠାନ ୱାଇଜମ୍ୟାନ ଇଣ୍ଟରନାସନାଲ ର ୱାଇଜମ୍ୟାନ ଦକ୍ଷିଣ ପୂର୍ବ ଓ ଦକ୍ଷିଣପୂର୍ବ ଭାରତର ଆଞ୍ଚଳିକ ସମୀକ୍ଷା ବୈଠକ ଓ ନେତୃତ୍ୱ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ଆଞ୍ଚଳିକ ନିର୍ଦେଶକ ତଥା ଆଇନୀଜୀବୀ ପ୍ରସନ୍ନ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି।  ଅନ୍ତର୍ଜାତୀୟ ସଭାପତି ସହନଭାସ ଖାନ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ଇଣ୍ଡିଆ ଏରିଆ ସଭାପତି ଭି ଏସ ରାଧାକୃଷ୍ଣନ ଓ ଡ଼କ୍ଟର କୋଟରାନ ସାମିଲ ହୋଇଥିଲେ।  ଅନ୍ତର୍ଜାତୀୟ ଆନ୍ଦୋଳନର ସମସ୍ତ ଦିଗ ଉପରେ ଆଲୋକପାତ କରି ସମାଜର ଅବହେଳିତ ଲୋକଙ୍କ ସେବାରେ ନିୟୋଜିତ ହେବା ସହ ବିଶ୍ୱ ଭାତୃତ୍ୱ ପ୍ରତିଷ୍ଠା କ୍ଷେତ୍ରରେ କାର୍ଯ୍ୟ କରିବାପାଇଁ ଆହ୍ୱାନ ଦେଇଥିଲେ।  ଚଳିତବର୍ଷ ଆଞ୍ଚଳିକ ନିର୍ଦେଶକ ଶ୍ରୀ ନନ୍ଦଙ୍କ ଉଦ୍ୟମରେ ଓଡିଶା ସମେତ ଉତ୍ତର, ପୂର୍ବ ଓ ଉତ୍ତରପୂର୍ବ ଅଞ୍ଚଳରେ ହୋଇଥିବା ସେବା ମୂଳକ କାର୍ଯ୍ୟକ୍ରମ ର ପ୍ରଶଂସା କରିଥିଲେ । ଏନଇଏନ ଇଆଇଆର ଅଂଚଳର ଓଡିଶା ଜିଲ୍ଲାର ଗର୍ଭର୍ଣ୍ଣର ସୁଜିତ ପାଣି ଓ ଦିଲ୍ଲୀ ଜିଲ୍ଲା ଗଭର୍ଣ୍ଣର ଜେ ଭାଗେଲା କ୍ଲବ ମାନଙ୍କ ଦ୍ୱାରା ଆୟୋଜିତ ସେବା କାର୍ଯ୍ୟର ସବିଶେଷ ବିବରଣୀ ପ୍ରଦାନ କରିଥିଲେ।  ଅନ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ସମ୍ପାଦକ ସତ୍ୟ ଗୋପାଳ ପରିଜା, କୋଷାଧ୍ୟକ୍ଷ ପିୟୁଷ ମହାନ୍ତି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ଓଡିଶା, ଦିଲ୍ଲୀ, ଫରିଦାବାଦ, ରାଞ୍ଚି, ଗୌହାଟି ସମେତ ଉତ୍ତର ଭାରତ ଓ ଉତ୍ତର ପୂର୍ବ ଭାରତର ବହୁ ନେତୃମଣ୍ଡଳୀ ଯୋଗ ଦେଇଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories