www.samajalive.in
Saturday, December 6, 2025
14.1 C
Bhubaneswar

ଦିନକରେ ୨୩ ଦାନ୍ତ ଉପାଡ଼ିବା ପରେ ହୃଦଘାତରେ ଚାଲିଗଲା ଜୀବନ

ସମାଜ ଡିଜିଟାଲ ଡେସ୍କ: ଦାନ୍ତ ଓପାଡ଼ିବା ଏବଂ ନୂଆ ଦାନ୍ତ ପ୍ରତିରୋପଣ କରିବା ଜଣେ ବ୍ୟକ୍ତିଙ୍କ ପାଇଁ କାଳ ସାଜିଛି। ଗୋଟିଏ ଦିନରେ ୨୩ ଦାନ୍ତ ଉପାଡ଼ିବା ପରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ଚୀନରେ। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଝିଅ ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଝିଅଙ୍କ ସୂଚନା ଅନୁସାରେ, ୟୋଙ୍ଗକାଙ୍ଗ ଡିଓ୍ବେ ଦନ୍ତ ଚିକିତ୍ସାଳୟରେ ତାଙ୍କ ବାପାଙ୍କର ଦାନ୍ତ ଉପୁଡ଼ା ଯାଇଥିଲା। ଗୋଟିଏ ଦିନରେ ଡାକ୍ତର ୨୩ଟି ଦାନ୍ତ ଉପାଡ଼ିବା ସହିତ ୧୨ଟି ନୂଆ ଦାନ୍ତ ପ୍ରତିରୋପଣ କରାଯାଇଥିଲ। ଏହା ପରେ ବ୍ୟକ୍ତି ଜଣକ ୨ ସପ୍ତାହ ପର୍ଯ୍ୟନ୍ତ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ଦିନକୁ ଦିନ ତାଙ୍କ ଯନ୍ତ୍ରଣା ଅସହ୍ୟ ହୋଇଥିଲା। ଦାନ୍ତ ଅପରେସନ ଶେଷ ହେବାର ୧୩ ଦିନ ପରେ ଉକ୍ତ ବ୍ୟକ୍ତି ହୃଦଘାତରେ ପ୍ରାଣ ହରାଇଥିଲେ। ଏକକାଳୀନ କିପରି ଏତେ ଦାନ୍ତ ଉପଡ଼ାଗଲା ଏବଂ ନୂଆ ଦାନ୍ତ ପ୍ରତିରୋପଣ କରାଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories