www.samajalive.in
Friday, December 5, 2025
17.1 C
Bhubaneswar

ଭୁଶୁଡିଲା ୪ ମହଲା କୋଠା, ୪ ମୃତ

ନୂଆଦିଲ୍ଲୀ :  ଆଜି ଭୋରରୁ ଭୁଶୁଡିଲା ୪ ମହଲା କୋଠା। ମୁସ୍ତାଫାବାଦ ଅଞ୍ଚଳରେ ଆଜି ଭୋରରୁ ଏଭଳି ବଡ ଅଘଟଣ ଘଟିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଉ କିଛି ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ତେବେ ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ରେସକ୍ୟୁ ଅପରେସନ୍ ଜାରି ରହିଛି। ଅଗ୍ନିଶମବାହିନୀ, ଏନଡିଆରଏଫ୍ ଟିମ୍, ଡଗ୍ ସ୍କ୍ଵାର୍ଡ ଏବଂ ପୁଲିସ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଭୋର୍ ପାଖାପାଖି ୩ଟା ବେଳେ ୪ ମହଲା ବିଶିଷ୍ଟ କୋଠା ଭୁଶୁଡି ପଡିଥିଲା। ୧୪ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ କେମିତି ଏବଂ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ତାହା ଅସ୍ପଷ୍ଟ ରହିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories