ନୂଆଦିଲ୍ଲୀ: ନୂଆଦିଲ୍ଲୀର ରାଣୀ ଝାନ୍ସୀ ରୋଡ୍ସ୍ଥିତ ଏକ କୋଠାରେ ଚାଲିଥିବା ମଣ୍ଡି ଓ ବ୍ୟାଗ ଫାକ୍ଟ୍ରିରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୪୫ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଉତ୍ତରପ୍ରଦେଶ ଏବଂ ବିହାରର ବୋଲି ଜଣାପଡ଼ିଛି। ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ମୋଟ ୧୭ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି। ଦିଲ୍ଲୀ ସରକାର ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିବାବେଳେ କେନ୍ଦ୍ର ସରକାର ୨ ଲକ୍ଷ ଏବଂ ଦିଲ୍ଲୀ ବିଜେପି ପକ୍ଷରୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ଯୋଗାଇ ଦିଆଯିବା ନେଇ ସ୍ପଷ୍ଟ କରାଯାଇଛି। ଦିଲ୍ଲୀ ସରକାର ଆହତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ଦେବାକୁ ଘୋଷଣା କରିଛନ୍ତି।
ଦିଲ୍ଲୀ ଅଗ୍ନିକାଣ୍ଡ: ମୃତ୍ୟୁ ସଂଖ୍ୟା ୪୫କୁ ବୃଦ୍ଧି, ମୃତକଙ୍କ ପରିବାରକୁ ୧୭ ଲକ୍ଷର ସହାୟତା ଘୋଷଣା
Popular Categories



