www.samajalive.in
Sunday, December 14, 2025
26.1 C
Bhubaneswar

ତ୍ରିପୁରା: ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଜିଅନ୍ତା ଜାଳିଦେଲେ ମାଆ-ପୁଅ

ଶାନ୍ତିର୍‍ବଜାର(ଦକ୍ଷିଣ ତ୍ରିପୁରା): ଦେଶରେ ବୃଦ୍ଧି ପାଉଥିବା ଦୁଷ୍କର୍ମ ଓ ହତ୍ୟା ଘଟଣା ଏବେ ଚିନ୍ତାର ବିଷୟ ପାଲଟିଛି। ଗୋଟିଏ ପରେ ଗୋଟିଏ ଏଭଳି କିଛି ଘଟଣା ପ୍ରାୟ ପ୍ରତ୍ୟେକ ଦିନ ସାମ୍ନାକୁ ଆସିବାରେ ଲାଗିଛି। ହାଇଦ୍ରାବାଦ ଓ ଉନ୍ନାଓ ଘଟଣାକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ପୁଣି ତ୍ରିପୁରାରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଜିଅନ୍ତା ଜାଳି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଦକ୍ଷିଣ ତ୍ରିପୁରାର ଶାନ୍ତିର୍‍ବଜାରରେ ଶୁକ୍ରବାର ଏ ଜଘନ୍ୟ କାଣ୍ଡ ଘଟିଛି। ପ୍ରାୟ ୯୦ ପ୍ରତିଶତ ପୋଡ଼ି ଯାଇଥିବା ପୀଡ଼ିତାଙ୍କର ଚିକିତ୍ସିତ ଅବସ୍ଥାରେ ଶନିବାର ମୃତ୍ୟୁ ଘଟିଛି।
ପୁଲିସର ସୂଚନା ଅନୁସାରେ, ୧୭ ବର୍ଷୀୟ ଜଣେ ନାବାଳିକା ସାମାଜିକ ଗଣମାଧ୍ୟମ ଜରିଆରେ ଅଜୟ ରୁଦ୍ରପାଲ ନାମକ ଯୁବକଙ୍କୁ ଭେଟିଥିଲେ ଓ ତାଙ୍କ ପ୍ରେମ ଜାଲରେ ଫଶିଥିଲେ। ଅଜୟ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେବା ପରେ ଦୀପାବଳି ପରେ ପରେ ନାବାଳିକା ଅଜୟଙ୍କ ସହ ଫେରାର୍‍ ହୋଇଯାଇଥିଲେ। ଏହାପରେ ଅଜୟ ତାଙ୍କୁ ବନ୍ଦୀ କରି ନେଇ ସାଙ୍ଗମାନଙ୍କ ସହ ମିଶି ଗଣଦୁଷ୍କର୍ମ କରିବା ସହ ମୁକ୍ତି ପାଇଁ ନାବାଳିକାଙ୍କ ପରିବାର ଲୋକଙ୍କୁ ୫୦ ହଜାର ଟଙ୍କା ମାଗିଥିଲେ। ମାତ୍ର ପରିବାର ଲୋକେ ଶୁକ୍ରବାର ତାଙ୍କୁ କେବଳ ୧୭ ହଜାର ଟଙ୍କା ଦେଇ ପାରିଥିଲେ। ସୂଚନା ମୁତାବକ, ଅଜୟଙ୍କ ମାଆ ଏହି ଟଙ୍କା ଗ୍ରହଣ କରିଥିଲେ ଏବଂ ଧମକ ଦେଇଥିଲେ ଯେ, ସମ୍ପୂର୍ଣ୍ଣ ଟଙ୍କା ନ ଦେଲେ ଝିଅକୁ ଫେରି ପାଇବେ ନାହିଁ। ସମ୍ପୂର୍ଣ୍ଣ ଟଙ୍କା ନ ପାଇବାରରୁ ଉତ୍ତ୍ୟକ୍ତ ଅଜୟ ମାଆଙ୍କ ସହିତ ମିଶି ନାବାଳିକାଙ୍କ ଦେହରେ ଜୀବନ୍ତ ନିଆଁ ଲଗାଇ ଦେଇଥିଲେ। ଏହାପରେ ଅଭିଯୁକ୍ତଙ୍କ ପଡ଼ୋଶୀ ନାବାଳିକାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ପୀଡ଼ିତାଙ୍କ ମାଆଙ୍କ କହିବାନୁସାରେ, ଝିଅ ନିଖୋଜ ହେବା ପରେ ସେମାନେ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଯେତେବେଳେ ଅଭିଯୁକ୍ତ ତାଙ୍କୁ ଟଙ୍କା ମାଗିଥିଲା ସେମାନେ ପୁଲିସର ସହାୟତା ଲୋଡ଼ିଥିଲେ, ମାତ୍ର ସେମାନଙ୍କୁ ପୁଲିସ ପକ୍ଷରୁ କୌଣସି ସାହାଯ୍ୟ ମିଳି ନ ଥିଲା। ତେବେ ମୁଖ୍ୟ ଅଭିଯୁକ୍ତ ଅଜୟକୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories