ନୂଆଦିଲ୍ଲୀ: ଦିଲ୍ଲୀ ବନ୍ୟା ପରିସ୍ଥିତିରେ କୌଣସି ଉନ୍ନତି ଆସିପାରି ନାହିଁ। ଯମୁନା ନଦୀ ଏବେ ମଧ୍ୟ ବିପଦ ସଂକେତ ଉପରେ ରହିଛି। ଶୁକ୍ରବାର ସକାଳ ୭ଟାରେ ସିଗ୍ନେଚର ବ୍ରିଜ୍ ନିକଟରେ ଯମୁନା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲା। ଫଳରେ ଦିଲ୍ଲୀର ଅନେକ ଅଞ୍ଚଳ ଏବେ ବନ୍ୟା ପାଣିରେ ବୁଡି ରହିଛି। ଶୁକ୍ରବାର ମଧ୍ୟ ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଛି। ଦିଲ୍ଲୀରେ ବନ୍ୟା ଯୋଗୁଁ ନଦର୍ଣ୍ଣ ରେଲୱେ ୬୦ଟି ଟ୍ରେନ ଚଳାଚଳକୁ ବାତିଲ କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆମ୍ ଆଦମୀ ପାର୍ଟି (ଆପ୍) ଆବାହକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶୁକ୍ରବାର ଦିଲ୍ଲୀ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସାମ୍ବାଦିକଙ୍କୁ କହିଛନ୍ତି ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ସମସ୍ୟା ସମ୍ପର୍କରେ ବୁଝିବାକୁ ଆସିଛି। ରିଲିଫ୍ ଶିବିରରେ ରହୁଥିବା ଲୋକଙ୍କ ପାଖରେ ଠିକ୍ ସମୟରେ ଖାଦ୍ୟ ପଦାର୍ଥ ପହଞ୍ଚୁ ନଥିବାର ସେ ଅଭିଯୋଗ କରିଛନ୍ତି। ଏହା ସହିତ ମଶା ନିୟନ୍ତ୍ରଣ ଓ ପାନୀୟ ଜଳ ଭଳି ସମସ୍ୟା ରହିଛି।
Popular Categories



