www.samajalive.in
Saturday, December 6, 2025
19.1 C
Bhubaneswar

ଓଡ଼ିଶାରୁ ତିନି ସମ୍ମାନିତ

ନୂଆଦିଲ୍ଲୀ,ମାଲକାନଗିରି, କୋରାପୁଟ : ଶିକ୍ଷକ ଦିବସ ଅବସରରେ ସ୍ଥାନୀୟ ବିଜ୍ଞାନ ଭବନ ଠାରେ ଆୟୋଜିତ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୫ ସମାରୋହରେ ଓଡ଼ିଶାରୁ ତିନି ଜଣ ସମ୍ମାନିତ ହୋଇଛନ୍ତି। କାର୍ଯ୍ୟକ୍ରମରେ ଦେଶର ୮୧ ଜଣ ଶିକ୍ଷକ ଓ ତାଲିମ ପ୍ରଦାନକାରୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିଛନ୍ତି। ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୪୫ ଜଣ ଏବଂ ଉଚ୍ଚଶିକ୍ଷା ବିଭାଗର ୨୧ ଜଣ ସାମିଲ ଅଛନ୍ତି। ମାଲକାନଗିରି ଜିଲା କୋରକୁଣ୍ଡା ବ୍ଲକ ଅନ୍ତର୍ଗତ କନ୍ଦେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବସନ୍ତ କୁମାର ରଣା, କୋରାପୁଟ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ତରୁଣ କୁମାର ଦାସ ରାଷ୍ଟ୍ରପତି ମୁର୍ମୁଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି। ଏଥିସହ ଧନ୍ଦାମୂଳକ ତାଲିମ ଏବଂ ଉଦ୍ୟମିତା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଜଟଣୀ ସ୍ଥିତ ସ୍ପେଶାଲ ଆଇଟିଆଇର ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ସୁରେଶ କୁମାର ମହାନ୍ତିଙ୍କୁ ରାଷ୍ଟ୍ରପତି ମୁର୍ମୁ ସମ୍ମାନିତ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ମାଲକାନଗିରି ଏବଂ କୋରାପୁଟ ଭଳି ଉପାନ୍ତ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ଅଭିନବ ଶିକ୍ଷା ପ୍ରଦାନରେ ଉଭୟ ଶିକ୍ଷକଙ୍କ ନିଷ୍ଠା ଓ ପାଠପଢ଼଼ାଇବା ଉଦ୍ୟମ ପ୍ରଶଂସନୀୟ। ସମସ୍ତଙ୍କୁ ୫୦ ହଜାର ଟଙ୍କା ଓ ମାନପତ୍ର ପୁରସ୍କାର ରାଶି ପ୍ରଦାନ କରିଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories