www.samajalive.in
Saturday, December 6, 2025
15.1 C
Bhubaneswar

କିଏ ହେବ ଦିଲ୍ଲୀର ବାଦଶାହା, ସକାଳ ୮ଟାରୁ ଆରମ୍ଭ ହେବ ମତଗଣନା

ସମାଜ ପୋଟାଲ୍ ଡେସ୍କ : ସକାଳ ୮ଟାରେ ଖୋଲିବ ଦିଲ୍ଲୀର ଭୋଟ ବାକ୍ସ।କିଏ ଦିଲ୍ଲୀରେ ରାଜ୍ କରିବ ତାହାର ନିର୍ଣ୍ଣୟ ହେବ। ସେଥିପାଇଁ ସାରା ଦେଶବାସୀଙ୍କ ନଜର ରହିଛି ଦିଲ୍ଲୀ ଉପରେ। ଦିଲ୍ଲୀ ଦେଶର ରାଜଧାନୀ ହୋଇଥିବାରୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଏଠାରେ ସିଂହାସନ ଦଖଲ କରିବାକୁ ଆଶା ବାନ୍ଧି ରଖିଛି। ଏକଜିଟ୍ ପୋଲ୍ ଆମ୍ ଆଦ୍ମୀ ପାର୍ଟି(ଆପ୍) ସମର୍ଥନରେ ଯାଇଥିଲେ ହେଁ ବିଜେପି ଏହାକୁ ଭରସା କରୁନାହିଁ। ଦିଲ୍ଲୀରେ ସରକାର ଗଢ଼ିବାକୁ ବିଜେପି ଦୃଢ଼ ଆଶାବାଦୀ ରହିଛି। ସେପଟେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍ ମଧ୍ୟ ନିଜର ବିଜୟ ନିଶ୍ଚିତ ବୋଲି ଦାବି କରୁଛି। ଗତ ୫ ବର୍ଷ ଭିତରେ ଦଳ ଦିଲ୍ଲୀବାସୀଙ୍କ ବିକାଶର ସାରଥି ସାଜିଥିବାରୁ ଲୋକେ ଦଳକୁ ଆଉ ଥରେ ସୁଯୋଗ ଦେବେ ବୋଲି କେଜ୍ରିୱାଲ ଆଶା କରିଛନ୍ତି। ଅନ୍ୟପଟେ କଂଗ୍ରେସର ସ୍ଥିତି ଭଲ ନ ଥିଲେ ବି ଦଳ କ୍ଷମତାକୁ ଫେରିବା ଲକ୍ଷ୍ୟରେ ରହିଛି।

ନିର୍ବାଚନ ଆୟୋଗଙ୍କ କାର୍ୟ୍ୟାଳୟର କହିବା ମୁତାବକ ସକାଳ ୮ଟାରେ ମତଗଣନା ଆରମ୍ଭ କରାଯିବ। ପ୍ରଥମେ ପୋଷ୍ଟାଲ ବ୍ୟାଲେଟ ଗଣନା କରାଯିବାକୁ ଥିବାବେଳେ ୯ ଘଟିକାରୁ ୭୦ଟି ଆସନରେ କିଏ ଆଗୁଆ ଅଛନ୍ତି ଜଣାପଡିବ। ୨୭ଟି ମତଗଣନା କେନ୍ଦ୍ରରେ ଗଣନା ହେବାକୁଥିବାବେଳେ ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

- Advertisement -

ଏଠାରେ ସୂଚନାଯୋଗ୍ୟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ୮ ତାରିଖରେ ସମସ୍ତ ୭୦ ଆସନରେ ଭୋଟ୍ ଗ୍ରହଣ ଶେଷ ହୋଇଥିଲା । ସମୁଦାୟ ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ବନ୍ଦ ହୋଇଯାଇଛି। ଦିଲ୍ଲୀରେ ୧.୪୭ କୋଟି ଭୋଟର୍ ଥିବା ବେଳେ ଏଥର ନିର୍ବାଚନରେ ୬୧ ପ୍ରତିଶତ ଭୋଟର୍ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories