www.samajalive.in
Saturday, December 6, 2025
26.1 C
Bhubaneswar

ଚାରି ଦିନ ପ୍ରବଳ ଶୀତ

ଭୁବନେଶ୍ବର : ଘୂର୍ଣ୍ଣିବାତ୍ୟା ପ୍ରଭାବ କମିବା ସହିତ ପାଗ ଶୁଖିଲା ରହିଛି। ଏବେ ରାଜ୍ୟକୁ ଉତ୍ତରା ପବନ ପ୍ରବାହ କାରଣରୁ ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୫ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି। ଶୀତ ଲେଉଟିବା ସହିତ ପ୍ରାୟ ୧୪ଟି ଜିଲାରେ ସର୍ବନିମ୍ନ ତାପମାତ୍ରା ୧୨ଡ଼ିଗ୍ରୀ ସେଲସିୟସ ତଳକୁ ଖସିଛି। ଅନୁଗୋଳ ଓ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ ୯ଡ଼ିଗ୍ରୀ ସେଲସିୟସରେ ପହଞ୍ଚିଥିବାବେଳେ ଝାରସୁଗୁଡ଼ା, କେନ୍ଦୁଝରଗଡ଼, ସମ୍ବଲପୁର, ଟିଟିଲାଗଡ଼, ସୋନପୁରରେ ୯ରୁ ୧୦ଡ଼ିଗ୍ରୀ ମଧ୍ୟରେ ରହିଛି। ଆସନ୍ତା ୪ଦିନ ପର୍ଯ୍ୟନ୍ତ ଶୀତପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଏଥିସହିତ କେତେକ ଜିଲାରେ ଘନ କୁହୁଡ଼ି ଅନୁଭୂତ ହେବାର ସମ୍ଭାବନା ରହିଛି। ଅନୁଗୋଳ, ବାଲେଶ୍ବର, ସୋନପୁର, ଝାରସୁଗୁଡ଼ା, ବଲାଙ୍ଗୀର ଓ ସମ୍ବଲପୁରରେ ଆସନ୍ତା ୨୪ଘଣ୍ଟା ଶୀତ ଲହରୀ ଜାରି ରହିବ। ଏଥିସହିତ ସୋନପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ରାୟଗଡ଼ାରେ ପ୍ରବଳ କୁହୁଡ଼ି ଦେଖାଦେବ। ଏଥିପାଇଁ ଦୁଇ ଦିନ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ ଜାରି କରାଯାଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories