www.samajalive.in
Friday, November 14, 2025
25.1 C
Bhubaneswar

କାହାର ହେବ ଦିଲ୍ଲୀ ସିଂହାସନ: ଆଜି ଭୋଟ ଗଣତି

ନୂଆଦିଲ୍ଲୀ : ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ। ସକାଳ ୮ଟାରୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ପୋଷ୍ଟାଲ ବାଲାଟ୍ ଭୋଟର ଗଣତି କରାଯିବ। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀ, ଭିନ୍ନକ୍ଷମ ଓ ବୟସ୍କ ଭୋଟରମାନେ ପୋଷ୍ଟାଲ ବାଲାଟ୍‌ରେ ମତଦାନ କରିଛନ୍ତି। ପୋଷ୍ଟାଲ ବାଲାଟ୍ ପରେ ଇଭିଏମ୍‌ଗୁଡିକୁ ଖୋଲାଯାଇ ଗଣତି କରାଯିବ। ଭୋଟ ଗଣତି ସହିତ ବିଭିନ୍ନ ପର୍ଯ୍ୟାୟରେ ଫଳାଫଳ ଘୋଷଣା କରାଯିବ। ଅପରାହ୍ଣ ୧ଟା ସୁଦ୍ଧା ବିଜୟ ଓ ପରାଜୟର ଟ୍ରେଣ୍ଡ ଆସିଯିବ। ଭୋଟ ଗଣତି ପ୍ରକ୍ରିୟାରେ ସ୍ବଚ୍ଛତା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସନ୍ଧ୍ୟା ୬ଟାରେ ଚୂଡାନ୍ତ ଫଳାଫଳ ମିଳିଯିବ। ଭୋଟର, ଦଳୀୟ ସମର୍ଥକ ଓ ରାଜନୈତିକ ସମୀକ୍ଷକମାନେ ଇସିଆଇଙ୍କ ୱେବସାଇଟ୍ ସହିତ ଗଣମାଧ୍ୟମ ଜରିଆରେ ନିର୍ବାଚନ ଫଳାଫଳର ସୁଚନା ଜାଣିପାରିବେ। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଫେବୃଆରୀ ୫ରେ ଭୋଟ ଗ୍ରହଣ ହୋଇଥିଲା। ଏଥିରେ ୬୦.୪୨ ପ୍ରତିଶତ ମତଦାନ ହୋଇଥିଲା। ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ରେ ବିଜେପିକୁ ସଂଖ୍ୟାଗରିଷ୍ଠତା ମିଳିବ ବୋଲି ପୂର୍ବାନୁମାନ କରାଯାଇଛି।

Hot this week

୬ ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗଣତି

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ଫଳାଫଳ ସହିତ ଆଜି...

ରାଘୋପୁରରେ ତେଜସ୍ୱୀ ଯାଦବ ପଛରେ, ଏନଡିଏ ୧୯୨ ଆସନରେ ଆଗୁଆ

ଡେସ୍କ: ଶୁକ୍ରବାର ସକାଳ ୮ଟାରେ ଗୁରୁତ୍ୱପୂର୍ଣ୍ଣ ବିହାର ବିଧାନସଭା ନିର୍ବାଚନ ପାଇଁ...

ବିହାର ଜନାଦେଶ: ୧୯୦ ସିଟରେ ଆଗୁଆ ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

Related Articles

Popular Categories