ଦିଲ୍ଲୀରେ ଟ୍ରକ୍‌ରେ ପିଟି ହେଲା ବିମାନ, ଲକ୍ଷ୍ନୌରେ ଜରୁରୀ ଅବତରଣ

0

ନୂଆଦିଲ୍ଲୀ/ଲକ୍ଷ୍ନୌ : ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଦୁଇଟି ବିମାନ ବଡ଼ଧରରଣ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଦିଲ୍ଳୀର ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନବନ୍ଦରରେ ଜେଟ ଏୟାରୱେଜ୍‌ର ଏକ ବିମାନର ପକ୍ଷ ଟ୍ରକ୍‌ରେ ପିଟି ହୋଇଥିଲା। ସେପଟେ ଲକ୍ଷ୍ନୌ ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିବା ଏକ ବିମାନକୁ ଜରୁରୀ ଅବତରଣ କରିବାକୁ ପଡିଛି । ଏହି ଦୁଇ ଘଟଣାରେ କାହାର ମୃତାହତ ହେବାର ଖବର ନାହିଁ । ଦିଲ୍ଲୀ ଆଇଜିଆଇ ବିମାନବନ୍ଦରରେ ଦୁର୍ଘଟଣାର କାରଣ ସ୍ପଷ୍ଟ ଭାବେ ଜଣାପଡିନାହିଁ । ଲକ୍ଷ୍ନୌଠାରେ ଜରୁରୀ ଅବତରଣ କରିଥିବା ୮୪୭୨୨ ନମ୍ବର ବିଶିଷ୍ଟ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । ତେଣୁ ଲକ୍ଷ୍ନୌଠାରେ ପାଇଲଟ ବାଧ୍ୟହୋଇ ବିମାନକୁ ଜରୁରୀ ଅବତରଣ କରାଇଥିଲେ । ଏହି ବିମାନରେ ୭୧ ଜଣ ଯାତ୍ରୀ ଥିଲେ । ତେବେ ଉଭୟ ବିମାନ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତି ଯାଇଛନ୍ତି ।

Leave A Reply