www.samajalive.in
Saturday, December 6, 2025
14.1 C
Bhubaneswar

ଡେଲାଙ୍ଗରେ ବାର୍ଡ ଫ୍ଲୁ ସ୍ପଷ୍ଟ: ଦ୍ଵିତୀୟ ଦିନରେ କୁକୁଡା ମରା ଅଭିଯାନ

ପୁରୀ/ଡେଲାଙ୍ଗ : ପୁରୀ ଜିଲା ଡେଲାଙ୍ଗରେ ବାର୍ଡ ଫ୍ଲୁ ସଂକ୍ରମଣ ସ୍ପଷ୍ଟ ହୋଇଛି। ଜାତୀୟ ପ୍ରାଣୀ ଚିକିତ୍ସା ଗବେଷଣା ପ୍ରତିଷ୍ଠାନ ରିପୋର୍ଟରୁ ଏହା ଜଣାପଡ଼ିଛି। ସରକାରଙ୍କ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି। ଅନ୍ୟ ଅଞ୍ଚଳକୁ କୁକୁଡ଼ା ଚାଲାଣ ଉପରେ ନିଷେଧାଦେଶ ଜାରି କରିଛି ପ୍ରଶାସନ। ଶନିବାରଠାରୁ କୁକୁଡ଼ା ମାରିବା ଅଭିଯାନ ଆରମ୍ଭ ହୋଇଛି। ସଂକ୍ରମିତ କୁକୁଡ଼ାଙ୍କୁ ମାରି ପୋତା ଯାଉଛି। ପ୍ରତ୍ୟେକ କୁକୁଡ଼ା ପାଇଁ କ୍ଷତିପୂରଣ ଘୋଷଣା କରାଯାଇଛି। ବଡ଼ଆଙ୍କୁଲା, ବେଗୁନିଆପଡ଼ା ଓ ତରଡ଼ା ଗ୍ରାମରେ ପ୍ରାଣୀ ଚିକିତ୍ସା ଅଧିକାରୀ ପହଞ୍ଚିଛନ୍ତି। ଆଶା କର୍ମୀଙ୍କ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି।
ପୂର୍ବରୁ ବାର୍ଡ ଫ୍ଲୁ ଆଶଙ୍କା କରି ପ୍ରାଣୀଚିକିତ୍ସା ବିଭାଗ ପକ୍ଷରୁ ଡେଲାଙ୍ଗ ବ୍ଲକ ବଡ଼ଆଙ୍କୁଲା ଗ୍ରାମର ଏକ କୁକୁଡ଼ା ଫାର୍ମରୁ ମୃତ କୁକୁଡ଼ା ଲାଳ ଓ ଅନ୍ୟ ନମୁନା ପରୀକ୍ଷା ନିମନ୍ତେ ଭୋପାଳ ପଠାଯାଇଥିଲା। ଶନିବାର ରିପୋର୍ଟ ଆସିବା ପରେ ଏହା ବାର୍ଡ ଫ୍ଲୁ ବୋଲି ସ୍ପଷ୍ଟ ହୋଇଛି। ଏଣୁ ବିଭାଗ ପକ୍ଷରୁ ୮ଟି ରାପିଡ ରେସ୍ପନ୍ସ ଟିମ୍‌ ଗଠନ କରାଯାଇ କୁକୁଡ଼ା ମାରିବା ଅଭିଯାନ ଆରମ୍ଭ ହୋଇଛି। ଶନିବାର ଡେଲାଙ୍ଗ-କୋଠବାଡ଼ ପଞ୍ଚାୟତ ଅଧୀନ ବେନୁପଡ଼ା ଗ୍ରାମର ଏକ ଫାର୍ମରୁ ୩ ହଜାରେରୁ ଊର୍ଦ୍ଧ୍ବ କୁକୁଡ଼ା ମରାଯାଇ ଫାର୍ମକୁ ବିଶୋଧନ କରାଯାଇଛି। ପ୍ରାଣୀପାଳନ ଓ ଚିକିତ୍ସା ବିଭାଗ ଉପନିର୍ଦେଶିକା ଦୀପ୍ତିମୟୀ ମହାପାତ୍ର, ପୁରୀ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଶରତ କୁମାର ବେହେରା, ଅତିରିକ୍ତ ଜିଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ଡା. ସତ୍ୟବ୍ରତ ଦାଶ, ଡେଲାଙ୍ଗ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପ୍ରୀତିତୋଷ ମହାପାତ୍ର, ଅତିରିକ୍ତ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସୋମନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବର୍ତ୍ତମାନ ସଂକ୍ରମିତ କୁକୁଡ଼ା ମାଂସ ନ ଖାଇବାକୁ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷେ ଡେଲାଙ୍ଗ ବ୍ଲକର ବିଭିନ୍ନ ସ୍ଥାନରେ ଶନିବାର ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ବାର୍ଡ ଫ୍ଲୁ ପ୍ରଭାବିତ ଅଞ୍ଚଳର ୧୦ କି.ମି ମଧ୍ୟରେ ଥିବା କୁକୁଡ଼ା ଫାର୍ମଗୁଡ଼ିକ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି। କୁକୁଡ଼ା ଚାଷୀଙ୍କ ସହ ଆଲୋଚନା କରାଯାଇଛି। ଏହା ଏକ ତ୍ୱରିତ ସଂକ୍ରମିତ ରୋଗ ହୋଇଥିବାରୁ ଅନ୍ୟ କୁକୁଡ଼ା ଏବଂ ମଣିଷଙ୍କୁ ବ୍ୟାପିବା ସମ୍ଭାବନା ରହିଛି। ଏଥିପାଇଁ ତିନୋଟି ସ୍ବାସ୍ଥ୍ୟକେନ୍ଦ୍ରକୁ ସତର୍କ କରାଯାଇଛି। ପ୍ରାୟ ୮ ହଜାର କୁକୁଡ଼ା ମାରି ପୋତାଯିବା ପ୍ରସ୍ତାବ ରହିଛି। କୁକୁଡ଼ା ଅଣ୍ଡା ଜବତ କରାଯାଉଛି। ପିପିଲି, କଣାସ ଓ ସତ୍ୟବାଦୀ ବ୍ଲକକୁ ସଂକ୍ରମିତ ଅଞ୍ଚଳରୁ ଯେପରି କୁକୁଡ଼ା ଚାଲାଣ ନ କରାଯାଏ ସେଥିପ୍ରତି ନଜର ରଖାଯାଇଛି। ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଥିବା ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବେହେରା କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories