୧.୨୭ ଲକ୍ଷ କୋଟିରେ ପହଁଚିଲା ଭାରତର ପ୍ରତିରକ୍ଷା ଉତ୍ପାଦନ

ଡେସ୍କ: ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଆରମ୍ଭ ହେବା ପରଠାରୁ ଭାରତ ୨୦୨୩-୨୪ରେ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନରେ ସର୍ବାଧିକ ଅଭିବୃଦ୍ଧି ହାସଲ କରି ରେକର୍ଡ ୧ ଲକ୍ଷ ୨୭ ହଜାର କୋଟି ଟଙ୍କାରେ ପହଞ୍ଚିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ପ୍ରତିରକ୍ଷା ଉତ୍ପାଦନର ମୂଲ୍ୟ ୨୦୧୪-୧୫ରେ ୪୬ ହଜାର ୪୨୯ କୋଟିରୁ ୧୭୪ ପ୍ରତିଶତ ବୃଦ୍ଧି ପାଇଛି। ମନ୍ତ୍ରଣାଳୟ କହିଛି ଯେ ଏକଦା ବିଦେଶୀ ଯୋଗାଣକାରୀଙ୍କ ଉପରେ ନିର୍ଭରଶୀଳ ଥିବା ଭାରତ ଏବେ ସ୍ୱଦେଶୀ ଉତ୍ପାଦନ କ୍ଷେତ୍ରରେ ଏକ ବୃଦ୍ଧି ପାଉଥିବା ଶକ୍ତି ଭାବରେ ଉଭାଯାଏ ହୋଇଛି।

ପ୍ରତିରକ୍ଷା ରପ୍ତାନି ମଧ୍ୟ ୨୦୧୩-୧୪ରେ ୬୮୬ କୋଟି ଟଙ୍କାଥିବା ବେଳେ ୨୦୨୩-୨୪ରେ ଏହା ସର୍ବକାଳୀନ ସର୍ବୋଚ୍ଚ ସ୍ତର ୨୧ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହା କି ଗତ ଦଶନ୍ଧି ତୁଳନାରେ ୩୦ ଗୁଣ ବୃଦ୍ଧି ପାଇଛି।

Comments are closed.