ନୂଆଦିଲ୍ଲୀ : ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣବୀର ସିଂହ ଚଳିତ ବର୍ଷ ନଭେମ୍ବର ୨୦ରେ ଇଟାଲିରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ଫିଲ୍ମଫେୟାରର ଏକ ଖବରକୁ ଟ୍ୱିଟ୍ କରି ଅଭିନେତା କବିର ବେଦୀ ରଣବୀର ଏବଂ ଦୀପିକାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହାସହ ସେ ରଣବୀର ଏବଂ ଦୀପିକାଙ୍କ ଅଫିସିଆଲ ଟ୍ୱିଟ୍ର ଆକାଉଣ୍ଟକୁ ଟ୍ୟାଗ କରି ଭବିଷ୍ୟତ ପାଇଁ ଶୁଭକାମନା ଦେଇଛନ୍ତି।
ଫିଲ୍ମଫେୟାରର ଖବର ଅନୁସାରେ ଇଟାଲିର ଲେକ୍କୋମୋରେ ରଣବୀର ଏବଂ ଦୀପିକା ବିବାହ କରିବେ। ଦୀପବୀର ନାମରେ ଖ୍ୟାତ ଏହି ଯୋଡ଼ିଙ୍କ ବିବାହ ଚଳିତ ବର୍ଷ ନଭେମ୍ବର ୨୦ରେ ହେବ। ଗତ ୬ ବର୍ଷ ଧରି ଦୀପିକା ଏବଂ ରଣବୀର ଏକ ସମ୍ପର୍କରେ ଅଛନ୍ତି। କିନ୍ତୁ କେବେ ପଦାରେ ସେମାନେ ନିଜ ସମ୍ପର୍କକୁ ସ୍ୱୀକାର କରିନାହାନ୍ତି। ଏବେ କିଛି ଦିନ ହେବ ଉଭୟଙ୍କୁ ଏକସଙ୍ଗେ ଦେଖିବାକୁ ମିଳିଛି। ଦୀପିକା ଏବଂ ରଣବୀର ସାଙ୍ଗ ହୋଇ ପଦ୍ମାବତ, ଗୋଲିୟୋଂକେ ରାସଲୀଳା-ରାମଲୀଳା ଏବଂ ବାଜିରାଓ ମସ୍ତାନି ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି। ୩୦ ଜଣ ସମ୍ପର୍କୀୟଙ୍କ ଗହଣରେ ଇଟାଲିର ଦୀପବୀରଙ୍କ ବିବାହ ହେବ। ଏହାପରେ ଭାରତକୁ ଆସି ସେମାନେ ଏକ ଗ୍ରାଣ୍ଡପାର୍ଟି ଦେବେ ବୋଲି ଏଥିରେ ପ୍ରକାଶ ପାଇଛି।
ନଭେମ୍ବର ୨୦ରେ ଦୀପିକା ଏବଂ ରଣବୀରଙ୍କ ବିବାହ!
Popular Categories



