www.samajalive.in
Monday, December 15, 2025
26.1 C
Bhubaneswar

ଗହଣା କିଣୁଛନ୍ତି ଦୀପିକା

ଦୀପିକା-ରଣବୀରଙ୍କ ବିବାହ ନଭେମ୍ବରରେ ଇଟାଲୀରେ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି। ଦୀପିକା ମଧ୍ୟ ବିବାହ ପାଇଁ ଜୋର୍‌ସୋର୍‌ରେ ପ୍ରସ୍ତୁତି କରୁଛନ୍ତି। କିଛି ମାସ ତଳେ ତାଙ୍କ ମା’ଙ୍କ ସହ ସେ ଲକ୍ଷ୍ନୌ ଯାଇଥିଲେ। ସେଠା ଗଣମାଧ୍ୟମ ଦୀପିକାଙ୍କୁ ବିଭିନ୍ନ ନାମୀ ଜୁଏଲାରୀ ଦୋକାନରେ ଠାବ କଲା। ନିଜ ଗହଣା ସେ ଦିଲ୍ଲୀ ଓ ଲକ୍ଷ୍ନୌରୁ ବରାଦ୍ ଦେଇଥିବାର ପ୍ରକାଶ। ବିବାହ ପାଇଁ ଇଟାଲୀକୁ ସେ ଓ ରଣବୀର ହାତଗଣତି କେତେଜଣଲୋକଙ୍କୁ ନିମନ୍ତ୍ରଣ କରିଛନ୍ତି। ପରେ କିନ୍ତୁ ମୁମ୍ବଇର ଭବ୍ୟ ସମାରୋହରେ ସମସ୍ତେ ସାମିଲ ହେବେ ବୋଲି କୁହାଯାଉଛି। କିଙ୍ଗ୍ ଖାନ୍ ଶାହରୁଖ୍ ଓ ଅର୍ଜୁନ କପୁର ଇଟାଲୀ ବନ୍ଧୁ ତାଲିକାରେ ଶୀର୍ଷରେ ଥିବାର ପ୍ରକାଶ। ତେବେ ଦୀପିକାଙ୍କ ନାକ ନୋଥ ଏଯାଏଁ ତିଆରି ହୋଇନାହିଁ। ହୀରାଖଚିତ ଏଇ ନାକ ନୋଥ ମୁମ୍ବଇର ଜଣେ କାରିଗର ତିଆରି କରୁଛନ୍ତି। ବିବାହ ପୋଷାକ ପାଇଁ ଡିଜାଇନର ସବ୍ୟସାଚୀଙ୍କ ପୋଷାକ ସେ ଓ ରଣବୀର ପିନ୍ଧିବେ ବୋଲି ଜଣାପଡ଼ିଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories