www.samajalive.in
Tuesday, December 9, 2025
23.1 C
Bhubaneswar

ଚୋରା ବାଇକ ରାକେଟ ପର୍ଦ୍ଦାଫାଶ: ନାବାଳକ ସହ ୪ ଗିରଫ

ଦେବଗଡ଼:ଦେବଗଡ ଥାନାଂଚଳରେ ଦୀର୍ଘଦିନ ହେଲା ଚାଲିଥିବା ଏକ ଚୋରା ବାଇକ ରାକେଟର ପର୍ଦ୍ଦାଫାଶ କରିବାରେ ଦେବଗଡ ଥାନା ପୁଲିସ ସଫଳ ହୋଇଛି। ଗତ ୧୫ ତାରିଖରେ ଚୋରୀ ହୋଇଥିବା ଦେବଗଡ ପୌରାଂଚଳ ଅନ୍ତର୍ଗତ ପୁରୁଣାଗଡର ଅନିଲ ରଣାଙ୍କ ଘର ସମ୍ମୂଖରୁ ଚୋରୀ ହୋଇଥିବା ବାଇକ ସମେତ ମୋଟ ୪ଟି ଦାମି ଚୋରା ବାଇକ ଜବତ କରିଛି। ଏଥିସହ ଏ ଘଟଣାରେ ଦେବଗଡ ତଳ ଭୁଲିଆସାହିର ଜଣେ ୧୫ ବର୍ଷର ନାବାଳକ ସମେତ ୪ ଜଣଙ୍କୁ ଗିରଫ କରିଛି। ଏନେଇ ଆଜି ଦେବଗଡ ଏସ୍‌ପି ମନୋଜ କୁମାର ମହନ୍ତ ସୂଚନା ଦେଇଛନ୍ତି। ଗତ ୧୫ ତାରିଖ ଦିନ ଅନୀଲ କୁମାର ରଣାଙ୍କ ଏକ ହିରୋ ପ୍ୟାସନ ବାଇକ(ନଂ-ଓଡି-୨୮-୩୯୫୬) ଚୋରି ହୋଇଥିଲା। ଏନେଇ ଶ୍ରୀ ରଣା ଦେବଗଡ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ଏକ ଚୋରି ମାମା ରୁଜୁକରି ସବ ଇନ୍ସପେକ୍ଟର ବୁଦ୍ଧରାୟ ମାଝୀଙ୍କୁ ତଦନ୍ତ ଦାୟିତ୍ବ ହସ୍ତାନ୍ତର କରିଥିଲେ। ଏ ଘଟଣାରେ ଦେବଗଡ ସହରର ତଳ ଭୂଲିଆ ସାହର ଜଣେ ୧୫ ବର୍ଷର ନାବାଳକ ସମ୍ପୃକ୍ତ ଥିବା ସନ୍ଦେହ ହେବାରୁ ଉକ୍ତ ନାବାଳକକୁ ଥାନାକୁ ଆଣି ପଚରା ଉଚରା କରିଥିଲେ। ଏହି କ୍ରମରେ ଦେବଗଡ ମଠସାହି,ତଳ ଭିତିରିଆସାହି ୩ଜଣ ଯୁବକଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିଲେ। ପଚରା ଉଚୁରା ସମୟରେ ସେମାନେ ୪ଟି ବାଇକ ଚୋରି କରିଥିବା ସ୍ୱୀକାର କରିଥିଲେ। ଫଳରେ ପୁଲିସ ସେମାନଙ୍କ ଠାରୁ ୪ଟି ଚୋରା ବାଇକ ଜବତ କରିବାସହ ସେମାନଙ୍କୁ ଗିରଫ କରାଯାଇଛି ଏବଂ ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ୍‌ପି ସାମ୍ବାଦିକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦେବଗଡ ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର, ତଦନ୍ତକାରୀ ସବ୍ ଇନ୍ସପେକ୍ଟର ବୁଦ୍ଧରାୟ ମାଝୀ ଓ ସବ୍ଇନ୍ସପେକ୍ଟର ପ୍ରଦୀପ ରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories