www.samajalive.in
Sunday, December 14, 2025
19.1 C
Bhubaneswar

ପୌର ପରିଷଦ ମହାଦୁର୍ନୀତିର ତଦନ୍ତ ଦାବୀରେ କାଉନଶିଲଙ୍କ ଅାମରଣ ଅନଶନ

ଦେବଗଡ଼ : ଦେବଗଡ ପୌର ପରିଷଦରେ ଦେଖା ଦେଇଥିବା ବିଭିନ୍ନ ଅନିୟମିତତା ଏବଂ ଦୁର୍ନୀତିର ତଦନ୍ତ ଦାବୀରେ ଗତ ୨୫ ତାରିଖଠାରୁ ପୌର ପରିଷଦର ୬ ଜଣ ବିଜେପି କାଉନସିଲର ଏବଂ ଜଣେ ସ୍ୱାଧୀନ କାଉନସିଲର ମିଳିତ ଭାବେ ଆମରଣ ଅନଶନ ଚଲାଇଛନ୍ତି। ଇତିମଧ୍ୟରେ ଏହି ଅନଶନ ୧୪ ଦିନରେ ପହଞ୍ଚିଥିଲେ ମଧ୍ୟ ଦାବୀ ପୁରଣ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଫଳରେ ଏନେଇ ଅନଶନକାରୀଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇଥିବା ବେଳେ ଦାବୀ ହଶଲ ନହେବା ପର୍ଯ୍ୟନ୍ତ ସେମାନେ ଅନଶନରେ ବସିବାକୁ ଜିଦ ଧରିଛନ୍ତି। ତେବେ ଆଜି ବିରୋଧୀ ଦଳର ମୂଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ତିନିଜଣ ବିଜେପି ବିଧାୟକଙ୍କୁ ନେଇ ଗଠିତ ପ୍ରତିନିଧି ଦଳ ଅନଶନ ସ୍ଥଳୀରେ ପହଞ୍ଚି ଅନଶନକାରୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ଆଜି ମୁଖ୍ୟ ସଚେତକ ତଥା କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ନେତୃତ୍ୱରେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ରେଙ୍ଗାଲୀ ବିଧାୟକ ନାଉରୀ ନାୟକ ପୌର ପରିଷଦ କାର୍ଯ୍ୟାଳୟ ବାରଣ୍ଡାରେ ଅନଶନରେ ବସିଥିବା ଦେବଗଡ ପୌର ପରିଷଦର ଉପାଧ୍ୟକ୍ଷ ତଥା ବିଜେପି କାଉନସିଲର ପ୍ରଜିତ କୁମାର ଭୋଜ, ସ୍ୱାଧିନ କାଉନଶିଲର ଧର୍ମେନ୍ଦ୍ର କୁମାର ଦେବତା , ବିଜେପି କାଉନଶିଲର ମଧୁସୂଦନ ବାଘ, ପିଙ୍କି ସାହୁ, ସରୋଜିନୀ ମୁଣ୍ଡା, ଇତିଶ୍ରୀ ମିଶ୍ର ଓ କାର୍ତ୍ତିକ ମହାକୁଳଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସେମାନେ ଅନଶନକାରୀଙ୍କ କଥାକୁ ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାର ଶୁଣୁନଥିବା ଦର୍ଶାଇ କ୍ଷୋଭ ପ୍ରକାଶ କରିଥିଲେ।

ଏଥିସହ ଦାବୀ ପୁରଣ ନେଇ ସରକାର ଟାଳଟୁଳ ନୀତି ଅବଲମ୍ବନ କଲେ ଦଳ ପକ୍ଷରୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ପ୍ରକାଶ କରିଥିଲେ। କାଉନସିଲରମାନଙ୍କ ସହ ଆଲୋଚନା ସମୟରେ ବରିଷ୍ଠ ନାଗରିକ ମାର୍କଣ୍ଡେଶ୍ୱର ଶତପଥି, ପ୍ରଫୁଲ୍ଲ କୁମାର ମହାପାତ୍ର, ସୁଶୀଳ କୁମାର କପରଦାର, ସୁଧିର କୁମାର କପରଦାର, ନିରଞ୍ଜନ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ। ଏହା ପୂର୍ବରୁ ଉକ୍ତ ବିଜେପି ପ୍ରତିନିଧି (ବିଧାୟକ)ଦଳ ସ୍ଥାନୀୟ ସର୍କୀଟ ହାଉସରେ ଜିଲାପାଳଙ୍କ ସହ ଅନଶନ ସମ୍ପର୍କରେ ଆଲୋଚନା କରି ତୁରନ୍ତ ସାମଧାନ କରିବାକୁ ଦାବୀ ଜଣାଇଥିଲେ। ଆଲୋଚନା ସମୟରେ ବରିଷ୍ଠ ନାଗରିକ ମାନଙ୍କ ସହିତ ଜିଲା ବିଜେପି ଉପ ସଭାପତି ଭାରତ ଭୁଷଣ ପ୍ରଧାନ, ବିରଞ୍ଚି ବେହେରା, ନଗର ବିଜେପି କୋଷାଧ୍ୟକ୍ଷ ସରୋଜ କୁମାର ପାଢୀ ଓ ଜିଲା ବିଜେପି ଯୁବମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ଭୁତିଆ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳା ମୃତ୍ୟୁକୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories