www.samajalive.in
Sunday, December 14, 2025
26.1 C
Bhubaneswar

ଜିଲା ବିଶ୍ବ ହିନ୍ଦୁ ପରିଷଦର କାର୍ଯ୍ୟକାରିଣୀ ବୈଠକ

ନବରଙ୍ଗପୁର:ନବରଙ୍ଗପୁର ଜିଲା ବିଶ୍ବ ହିନ୍ଦୁ ପରିଷଦର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ପ୍ରାନ୍ତ ଧର୍ମାଚାର୍ଯ୍ୟ ସଂପର୍କ ପ୍ରମୁଖ ସୁଦର୍ଶନ ଦାସ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପ୍ରାନ୍ତ ପ୍ରଶାସନିକ ପ୍ରମୁଖ ସର୍ବେଶ୍ବର ତ୍ରିପାଠୀ ଓ ଉପସଭାପତି ସୁନୀଲ ବେହେରା ସାମଗ୍ରିକ ଭାବେ ଜିଲାରେ ଧାର୍ମିକ ଓ ଆଧ୍ୟାତ୍ମିକ ବାତାବରଣର ପରିପୁଷ୍ଟତା ଦିଗରେ ଆଲୋଚନା କରିଥିଲେ। ଜିଲା ସଭାପତି କୃପାରାମ ସାହୁ, ସଂପାଦକ ବାଳକୃଷ୍ଣ ପଟ୍ଟନାୟକ, ସତସଙ୍ଗ ପ୍ରମୁଖ ପଞ୍ଚାନନ ତ୍ରିପାଠୀ ପ୍ରଖଣ୍ଡ ଆଧାରରେ ସଂଗଠନ ତିଆରି କରି ତାକୁ ମଜବୁତ କରିବାକୁ କହିଥିଲେ।

 

- Advertisement -

ଚଳିତ ପର୍ଯ୍ୟାୟରେ ପ୍ରତି ବ୍ଲକରେ ପ୍ରଖଣ୍ଡ ସ୍ତରୀୟ ସମିତି ଓ ପ୍ରତି ତ୍ରିପଞ୍ଚାୟତରେ ମଜଭୁତ ମଣ୍ଡଳ ସମିତି ଗଠନର ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଛି। ଧର୍ମାନ୍ତରଣ ରୋକିବା ଓ ବିଧର୍ମୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଦିଗରେ ଆଗଭର ହେବାକୁ ନିଷ୍ପତ୍ତି ନିଆଯାଇଥିଲା। ରାଷ୍ଟ୍ରର ସର୍ବଶ୍ରେଷ୍ଠ ସମ୍ପଦ ଗୋମାତାର ସୁରକ୍ଷା ଓ ଅଧିକରୁ ଅଧିକ ଗୋଶାଳା ସୃଷ୍ଟି ପାଇଁ ପ୍ରସ୍ତାବ ଆଗତ ହୋଇଥିଲା। ବଜରଙ୍ଗଦଳର ପାରଦର୍ଶିତା ବୃଦ୍ଧି ଓ ଆଖଡାଶାଳା ନିର୍ମାଣ ଦିଗରେ ଧ୍ୟାନ ଦିଆଯାଇଥିଲା। ଅଖଣ୍ଡ ଭାରତ ଦିବସ, ତ୍ରିରଙ୍ଗା ଅଭିଯାନ, ପ୍ରତିଷ୍ଠା ଦିବସ, ସତସଙ୍ଗ ବୃଦ୍ଧି ଓ ସେବା ପ୍ରକଳ୍ପକୁ ଅଗ୍ରଗାମି କରିବାକୁ ସ୍ଥିର ହେଲା। ଏଥିରେ ଦୁର୍ୟ୍ୟୋଧନ ମାଳୀ,ଅଜିତ ନାୟକ, ନିଗମ ସାହୁ ସଞ୍ଜୟ ଶିଲ,ରାଜୁଦାସ, ଅଶୋକ ପାତ୍ର, ରମେଶ ଦୋରା, ଗଣେଶ ରାୟ ପ୍ରମୁଖ କାର୍ୟ୍ୟକର୍ତ୍ତା ଉପସ୍ଥିତ ଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories